ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ସୁବ୍ରମଣ୍ୟନ୍ ସ୍ବାମୀ

add-all

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟନ୍ ସ୍ବାମୀ। ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ରୁଦ୍ଧଦ୍ୱାର ଆଲୋଚନା ହୋଇଛି। ବିଭିନ୍ନ ଧାର୍ମିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ବିଜୁ ବାବୁଙ୍କ ସହ ତାଙ୍କର ଅତି ଘନିଷ୍ଠ ସଂପର୍କ ଥିଲା। ନବୀନଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି।

ad-week
Leave A Reply

Your email address will not be published.