କ୍ୟାପିଟାଲ ହସ୍ପିଟାଲକୁ ଟିଚିଂ ହସ୍ପିଟାଲର ମାନ୍ୟତା, ଆଗାମୀ ବର୍ଷରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା

add-all

ଭୁବନେଶ୍ୱର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ୟାପିଟାଲ ହସ୍ପିଟାଲକୁ ମଡେଲ ହସ୍ପିଟାଲରେ ପରିଣତ କରିବା ସହ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆଗାମୀ ବର୍ଷଠାରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା ।

ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ ଆଣ୍ଡ କ୍ୟାପିଟାଲ୍ ହସ୍ପିଟାଲ ନାମରେ ପରିବର୍ତ୍ତନ ସହ ବଦଳିବ ଭିତ୍ତିଭୂମି ପିଜି, କ୍ୟାନସର ଇନଷ୍ଟିଚ୍ୟୁଟ୍ ସହ ଟ୍ରମା କେୟାର୍ ସେଣ୍ଟର୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୨୮୫କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ଆସନ୍ତା ଦୁଇବର୍ଷ ମଧ୍ୟରେ ୧୫ ଟି ବିଷୟରେ ୬୦ ଜଣ ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମ ପଢ଼ିବେ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଖୁବ୍ ଶୀଘ୍ର ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ଅନୁଧ୍ୟାନ କରିବା ପାଇଁ ଆସିବା ଟିମର ଅନୁମୋଦନ ମିଳିବା ପରେ ପିଜି ପାଠ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

ad-week
Leave A Reply

Your email address will not be published.