ଆଠ ଶହ ଜାଗାରେ ମିଳିଲା ଛଅ ଶହ ଭତ୍ତା, ଆଉ ଦୁଇଶହ ପାଇଁ ଖର୍ଚ୍ଚ ପାଞ୍ଚ ଶହ

add-all


ଢେଙ୍କାନାଳ : ବୃଦ୍ଧ ଓ ବିକଳାଙ୍ଗ ମାନଙ୍କର ରୋଜଗାର ନାହିଁ ବୋଲି ,ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରେ ଭତା ହେଉଛି ଗୋଟିଏ । ଏହି ଭତା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଣ୍ଟନ କରୁଥିଲେ। ଏବେ ଏହା ବ୍ୟାଙ୍କ ଖାତାକୁ ପ୍ରତିମାସରେ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥିରେ କିନ୍ତୁ ବହୁତ ତୃଟି ଦେଖିବାକୁ ମିଳିଛି। କାହାର ନାମ ନାହିଁତ .ଆଉ କାହାର ବ୍ୟାଙ୍କ ଖାତା କୁ ଯାଇଛି ବୋଲି ନାମ ପଞ୍ଚାୟତ ସମୁଖରରେ ନୋଟିସ୍ ମରାଯାଇଛି ହେଲେ ତାହା ଖାତାକୁ ଯାଇନାହିଁ। ସେହିପରି । ଏଥର ସରକାର ଛତା ବାବଦକୁ ଆଉ ଏକ ଶହ ଟଙ୍କା ଅଧିକ ଦେଇଛନ୍ତି । ଭିନ୍ନକ୍ଷମ ମାନେ ବ୍ୟାଙ୍କ ଯାଇ ଟଙ୍କା ଉଠାଣ କରିବା ସମ୍ଭବ ନୁହେଁ ବୋଲି ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବା ଯୋଜନା ରହିଛି। କିନ୍ତୁ ପ୍ରଶାସନ ଅଧିକାରି ଙ୍କ ଖାମଖିଆଲି ନିତି ପାଇଁ ହଇରାଣ ହେଉଛନ୍ତି ହିତାଧିକାରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦର ସିଂହା ପଞ୍ଚାୟତର ହିତାଧିକାରୀ ପଞ୍ଚାନନ ସାହୁ ଜଣେ ଭିନ୍ନକ୍ଷମ । ବୟସ ୭୨ବର୍ଷ । ପ୍ରତିଥର ସେ ପଞ୍ଚାୟତ କାର୍ଯ୍ୟାଳୟରୁ ସାତ ସହ ଟଙ୍କା ଭତା ପାଆନ୍ତି। ପ୍ରଶାସନିକ ଅଧିକାରି ମାନଙ୍କ ଖାମ ଖିଆଲି ନିତି ପାଇଁ ସେ ବ୍ୟାଙ୍କରୁ ଛଅ ଶହ ଓ ପଞ୍ଚାୟତ କାର୍ଯ୍ୟାଳୟରୁ ଦୁଇ ଶହ ଭତା ପାଇଛନ୍ତି। ତାହା ପୁଣି ତିନିଥର ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟଳୟ ଧାଇଁଲା ପରେ।ଦୁଇଶହ ଟଙ୍କା ପାଇଁ ତିନିଥର ଅଟୋ ଖର୍ଚ ପାଞ୍ଚଶହ କରିଛନ୍ତି। ଏଠାରେ ଏକ ଚାଳିଶି ଡିଗ୍ରି ରୁ ଅଧିକ ରୌଦ୍ରତାପ ଥିବା ବେଳେ, ଜଣେ ଭିନ୍ନକ୍ଷମ ବାଆସ୍ତରି ବର୍ଷ ବୃଦ୍ଧଙ୍କୁ ତିନି ତିନିଥର ଦୁଇ କାର୍ଯ୍ୟାଳୟକୁ ଦଉଡ଼େଇବା କେତେ ଦୂର ଯଥାର୍ଥ ସାଧାରଣରେ ଚର୍ଚ୍ଚର ବିଷୟ ।

ad-week
Leave A Reply

Your email address will not be published.