ସ୍ଵଳ୍ପ ଦେୟରେ ନାଟକ ପାଇଁ ଟାଉନ୍ ହଲ୍ ଯୋଗାଇଦେବା ସପକ୍ଷରେ ମେୟର

add-all


ବ୍ରହ୍ମପୁର (୨୭/୦୫) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସାଂସ୍କୃତିକ ପ୍ରତିଷ୍ଠାନକୁ ନେଇ ଗଠିତ “ମିଳିତ କଳାକାର ମଞ୍ଚ ” ପକ୍ଷରୁ ନାଟକ ପରିବେଷଣ ନିମନ୍ତେ ସ୍ୱଳ୍ପ ଦେୟରେ ଟାଉନ୍ ହଲ୍ ଯୋଗାଇଦେବା ଓ ନାଟକ ଅଭ୍ୟାସ ନିମନ୍ତେ ସ୍ଥାନାଭାବ ସମ୍ପର୍କରେ ବ୍ରହ୍ମପୁର ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ଆଲୋଚନା ବେଳେ ମେୟର ଶ୍ରୀମତୀ ଦଳେଇ ଏଥିପ୍ରତି ସେ ନିଶ୍ଚିତ ବିହିତ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ମଞ୍ଚ ତରଫରୁ ସଂଯୋଜକ ରମେଶ ମହାରଣାଙ୍କ ତତ୍ତ୍ଵାବଧାନରେ ସର୍ବଶ୍ରୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ମଦନ ମିଶ୍ର, ଏନ୍. ରମବାବୁ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଅନିଲ କୁମାର ପାତ୍ର, ଲିଙ୍ଗରାଜ ନାହାକ, ମନୋଜ ଦଣ୍ଡପାଟ, ରାମ ଚନ୍ଦ୍ର ସାସମଲ, ରାଜ୍ ଗୋପାଳ ପାଢ଼ୀ, କୃଷ୍ଣ ଚନ୍ଦ୍ର ପଣ୍ଡା, କୈଳାସ ପାଣିଗ୍ରାହୀ, ନଳିନୀକାନ୍ତ ଗୌଡ, ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ବିଭିନ୍ନ ନାଟ୍ୟାନୁଷ୍ଠାନର ପ୍ରତିନିଧି ସ୍ତରୀୟ ସଂଗଠକ ମାନେ ଯୋଗଦେଇ ମେୟରଙ୍କ ସହ ଆଲୋଚନା କରିଥିଲେ ।

ad-week
Leave A Reply

Your email address will not be published.