ପୁଅର କାଠ ଫାଳୀଆ ମାଡ଼ରେ ମା’ ମୃତ

add-all

ଫୁଲବାଣୀ : ପୁଅର କାଠ ଫାଳିଆ ମାଡ଼ରେ ମାର ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମାର ବିଡ଼ାଙ୍ଗୀ ସାହିରେ l ଯାହା ସୂଚନା ରହିଚି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର ଝିଅ କଳ୍ପନା କହଁର ରହି ଆସୁଥିଲେ l କୌଣସି କାରଣରୁ ପୁଅ ମାନସିକ ବିକାର ଗ୍ରସ୍ତ ହୋଇ ପଡିଥିଲେ l ପୁଅ ଜିତେନ୍ଦ୍ର କହଁର ମାନସିକ ବିକାର ଗ୍ରସ୍ତ ହୋଇ ଥିବାରୁ ଯାହାକୁ ବି ଦେଖିଲେ ବାଡ଼ିଆ ପିଟା କରୁଥିଲା l ସେଥି ପାଇଁ ମା କସ୍ତୁରୀ ପୁଅକୁ ନେଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା କରୁଥିଲେ l ଗତ ଦୁଇଦିନ ତଳେ ନିଜ ଘରକୁ ଫେରିଥିଲେ l କିନ୍ତୁ ରାଜେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ତା ଠିକ୍ ନଥିବାରୁ ହାତକୁ ବନ୍ଦୀ କରି ରଖାଯାଇଥିଲା
ପୁଅର ଔଷଧ ଆଣିବା ପାଇଁ ଭଉଣୀ କଳ୍ପନା ବାହାରକୁ ଯାଇଥିବା ବେଳେ l ମା ପୁଅର ହାତ ଖୋଲି ଦେଇଥିଲେ l କିନ୍ତୁ ପୁଅ ହଠାତ୍ କାଠ ଫାଳିଆ ଉଠାଇ ମାଁର ମୁଣ୍ଡକୁ ଜୋରରେ ଆଘାତ ଦେଇଥିଲା ଏହି ଘଟଣା ପରେ ସ୍ତାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଫୁଲବାଣୀ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମା ଶରୀରକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି l

ad-week
Leave A Reply

Your email address will not be published.