ଟିୟୁସନ ପଢିବାକୁ ଯାଇ ଛାତ୍ର ନିଖୋଜ…

add-all

ଗଂଜାମ :-ଟିୟୁସନ ପଢିବାକୁ ଯାଇ ଛାତ୍ର ନିଖୋଜ । ଏହିଭଳି ଘଟଣା ଘଟିଛି , ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମରେ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମର ନୂଆ ସାହି ବାସିନ୍ଦା ବୃନ୍ଦାବନ ବିଶ୍ୱାଳ ଙ୍କ ପୁଅ ଚନ୍ଦନ ବିଶ୍ୱାଳ ( ୧୬) ୧୦ଶ୍ରେଣୀର ଛାତ୍ର । ସବୁଦିନ ପରି ଗତକାଲି ପ୍ରାୟ ଅପରାହ୍ନ ଚାରିଘଣ୍ଟ ସମୟରେ ଘରୁ ବାହାରି ଆସ୍କା ରୋଡ଼ ସ୍ଥିତ ଟିୟୁସନ ପଢିବା ପାଇଁ ବାହାରିଥିଲା ଉକ୍ତ ସମୟରେ ବାପା ମାଆ ଘରେ ନଥିଲେ। ଚନ୍ଦନ ଟିୟୁସନ କୁ ଆସିନଥିବା ନେଇ ଟିୟୁସନ ଶିକ୍ଷକ ଫୋନ କରି ଚନ୍ଦନର ବାପାଙ୍କୁ ଅବଗତ କରାଇଥିଲେ । ଏହାପରେ ବହୁ ଖୋଜାଖୋଜିପରେ କୌଣସି ପତ୍ତା ନ ମିଳିବାରୁ ବାଧ୍ୟ ହୋଇ ହୁମ୍ମା ଫାଣ୍ଡିରେ ନିଖୋଜ ହେବା ନେଇ ଏତଲା ଦେଇଥିଲେ। ଘରୁ ଯିବା ସମୟରେ ନୀଳ ରଙ୍ଗର ହାପ ପ୍ୟାଣ୍ଟ ଓ ସିମେଣ୍ଟ କଲର ଟି ସାର୍ଟ ପିନ୍ଧିଥିଲା । କିଛ କହିବା ଲୋକ କହିବା ଅନୁଯାୟୀ ବ୍ରହ୍ମପୁର ଅଭିମୁଖେ ଯାଉଥିବା ପୁରୀ-ଗୁଣୁପୁର ଟ୍ରେନରେ ବସିଥିବା ଦେଖିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।

ad-week
Leave A Reply

Your email address will not be published.