ବୃଦ୍ଧାଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକତାରେ ସହାୟତାର ହାତ ବଢ଼ାଇଲେ ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ…

add-all

ମାଲକାନଗିରି : କିଛି ଦିନ ତଳେ ପେଟ ବଥା ହେବାରୁ ଏମ ପି ଭି ୩୯ ଗ୍ରାମର ୭୨ ବର୍ଷର ବୃଦ୍ଧା ରତ୍ନମାଳା ସରକାର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ପରୀକ୍ଷା ନିରୀକ୍ଷ୍l ପରେ ଡାକ୍ତର ଅପେରସନ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅପେରସନ ସମୟରେ ରକ୍ତର ଆବଶ୍ୟକ ପଡିବ ବୋଲି ତାଙ୍କ ପୁଅ ଶଙ୍କର ସରକାର କୁ କହିଥିଲେ l ନିଜ ମାଙ୍କ ରକ୍ତ (AB + ) ହୋଇ ଥିବାବେଳେ ଶଙ୍କର ତୁରନ୍ତ ରକ୍ତ ଭଣ୍ଡାରକୁ ଯାଇ ରକ୍ତ ପାଇଁ ନିବେଦନ କରିଥିଲେ l ରକ୍ତ ଭଣ୍ଡାରର ସୂଚନା ଫଳକରେ ୩ ୟୁନିଟ ରକ୍ତ ମହଜୁଦ ଥିବା ଦର୍ଶା ଯାଇଥିବା ବେଳେ ରକ୍ତ ଭଣ୍ଡାର ର ଅଧିକାରୀ ଜଣକ ମାତ୍ର ଗୋଟିଏ ୟୁନିଟ ରକ୍ତ ରହିଥିବା ବେଳେ ଏହା ଜରୁରୀ ରୋଗିଙ୍କୁ ଦିଆଯିବ କହିବା ସହ ଶଙ୍କରକୁ ରକ୍ତ ଦେବାକୁ ଅକ୍ଷମ ପ୍ରକାଶ କରିଥିଲେ l ଉପାୟ ନପାଇ ଶଙ୍କର ରକ୍ତ ପାଇଁ ବହୁ ଜଣକୁ ଅନୁରୋଧ କରି ନିରାଶ ହୋଇଥିଲେ l ଏ ବାବଦରେ ଖବର ପାଇଁ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ଯୁବ ସାମ୍ବାଦିକ ସୁନୀଲ କୁମାର ସାହୁ, ବସନ୍ତ ଜେନା ଓ ଶ୍ରୀନିବାସ ପାତ୍ର ଶଙ୍କର ସହ ଯୋଗାଯୋଗ କରି ରତ୍ନମାଳାଙ୍କ ଅସ୍ତ୍ରପ୍ରଚାର ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ ଯୋଗାଡ଼ରେ ଲାଗିପଡିଥିଲେ l ମାଲକାନଗିରି ବ୍ଲକ କଲୋନୀ ନିକଟସ୍ଥ ଜଗନ ପାନ ନାମକ ଯୁବକ ରକ୍ତ ଦେବାରେ ରାଜି ହେବାପରେ ତୁରନ୍ତ ଉତ୍କଳ ସାମ୍ବାଦିକର ଯୁବ ସାମ୍ବାଦିକ ମାନେ ଜଗନକୁ ରକ୍ତ ଭଣ୍ଡାରକୁ ନେଇ ରକ୍ତ ଦାନ କରାଇଥିଲେ ଏବଂ ଉକ୍ତ ରକ୍ତ ୟୁନିଟ କୁ ଶଙ୍କର ହାତରେ ପ୍ରଦାନ କରିଥିଲେ l ଶଙ୍କର ଉତ୍କଳ ସାମ୍ବାଦିକ ସଙ୍ଘର ଏଭଳି ମହାନ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ l ଆଜିର ଏହି ରକ୍ତ ଦାନ ସମୟରେ ସାମାଜିକ କର୍ମୀ ପୂର୍ଣଚନ୍ଦ୍ର ପାଣିଗ୍ରାହୀ ସହାୟତା କରିଥିଲେ ।

ad-week
Leave A Reply

Your email address will not be published.