ଆନ୍ତଃ ରାଜ୍ଯ ଗଞ୍ଜେଇ ଚାଲାଣକୁ ଭଣ୍ଡୁର କଲା ପୋଲିସ, ୧୪୨ କିଗ୍ରା ଗଞ୍ଜେଇ ସହ ଜଣେ ଗିରଫ…

add-all

ମାଲକାନଗିରି : ପଡିଆ ବ୍ଲକ ଅନ୍ତରାଜ୍ଯ ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝେଇ କାର କୁ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ଠାବ କରିଛି। ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ ଟା ବେଳେ ମାଲକାନଗିରି ଏସପି ଙ୍କ ନିର୍ଦ୍ଦେଶକ୍ରମେ ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ, ଏସଆଇ ନିମାଇ ଚରଣ ପଣ୍ଡା ସମେତ ଏକ ଟିମ୍ ଓଡିଶା – ଛତ୍ତିଶଗଡ଼ ସୀମାନ୍ତ କମାରଗୁଡା ବ୍ରିଜ ଉପରେ ନାକା ଡ୍ୟୁଟି କରୁଥିଲେ। ଏହି ସମୟରେ ଟିଏସ ୦୪ ଇଏ ୫୯୦୭ ନମ୍ଵରଧାରୀ ଏକ ଧୂସର ରଙ୍ଗର କାର ଦ୍ରୁତ ଓଡିଶାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିବା ସହ ମୋଟ ୧୪୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଉଛି। ଗିରଫ ବ୍ୟକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶ ରାଜ୍ୟ ଭଦ୍ରାଚଲମ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟପଟେ ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୫୦/୨୨ ରୁଜୁ କରାଯାଇ ଗିରଫ ବ୍ୟକ୍ତି ଜଣଙ୍କୁ କୋର୍ଟ ଚାଳାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.