ବୈଦ୍ୟନାଥପୁର ଥାନ ଅଞ୍ଚଳ ପାଲଟିଛି ଅପରାଧୀ ଙ୍କ ଅମରାବତୀ..!

Independence

ବଢି ଚାଲିଛି ବେଆଇନ କାରବାର, ସତରେ କଣ ଟେର ପାଉନି ପୋଲିସ….!

ବ୍ରହ୍ମପୁର : ବୈଦ୍ୟନାଥ ପୁର ଥାନା ଅଞ୍ଚଳ ବର୍ତମାନ ଅପରାଧୀ ମାନଙ୍କ ଚରାଭୂଇ ପାଲୋଟି ଥିବା ଦେଖି ବାକୁ ମିଳିଲାଣି, ଦିନକୁ ଦିନ ବିଭିନ୍ନ ପ୍ରକାର ଚୋରୀ, ଡାକୟତି, ଚୋରା ନିଶାକରବାର ଏଭଳିକି ଦାଦା ବଟି କାରବାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି ଳ ସବୁ ଜାଣି ସୁଦ୍ଧା ବୁଦ୍ଧି ଜୀବି ନୀରବ ଅଭିଯୋଗ କରିବେ ବା କାହାକୁ କଥାରେ ଅଛି ପରା ବାଡ଼ ଖାଏ ଡାଳ.. ଯଦି କୌଣସି ବ୍ୟକ୍ତି ଅଭିଯୋଗ କରିବାକୁ ଯିବ ଅଳ୍ପ ସମୟ ଭିତରେ ତା ଜୀବନ ପ୍ରତି ବିପଦ ଘନେଇ ଆସିବ ତେଣୁ ଆପେ ବଞ୍ଚିଲେ ବାପାର ନା ଭାବି ସାଧାରଣ ଜନତା ଚୁପ ସୂଚନା ଥାଉକି ବି ଏନ ପୁର ଥାନା ଅଧିନସ୍ତ ଲାଞ୍ଜିପଲ୍ଲୀ ଫାଣ୍ଡି ନିକଟରୁ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ମଦ କୁ ଜବତ କରିଛି ପୋଲିସ l ଏହି ସଂକ୍ରାନ୍ତ ରେ ଜଣ କୁ ଅଟକ ରଖିଥିବା ଜଣା ପଡିଛି କିନ୍ତୁ ବଡ଼ ବଡ଼ ମାଫିଆ ଙ୍କୁ ହାତ ମାରି ପାରୁନି ପୁଲିସ କେବଳ କାଣି ବିରାଡ଼ି ର କୁଜି ଅସରପା ଉପରେ ଦାଉ କହିଲେ କିଛି ଭୁଲ ହେବନାହିଁ l ଏହି ଥାନା ଅଞ୍ଚଳ ରେ ବଡ ବଡ଼ ଜୁଆ ଅଡ୍ଡା ଚାଲିଥିବା ବି ନଜିର ରହିଛି ଏହି ତିନି ଚାରି ବର୍ଷ ଭିତରେ ଏହା ଏହୋତୁକ ଭାବରେ ବୃଦ୍ଧି ପାଇଥିଲା l ବ୍ରହ୍ମପୁର ନୂତନ ଏସ ପି ଭାବେ ଡ଼କ୍ଟର ସର୍ବଣ ବିବେକ ଏମ ଦାଇତ୍ୱ ଗ୍ରହଣ କରିବା ପରେ ଅସାମାଜିକ କାଯ୍ୟ କଳାପ ଉପରେ ଦୂଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଆଜି ବିଶେଷ ସୂତ୍ର ରୁ ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ ପକ୍ଷରୁ ଲାଞ୍ଜିପଲ୍ଲୀ ଫାଣ୍ଡି ଠାରୁ ୫0ମିଟର ଦୂରତା ମଧ୍ୟ ରେ ଏକ ଘରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ହେଉଥିବା ବେଳେ ପୋଲିସ ସେଠାରେ ଚଢ଼ାଉ କରିଥିଲା l ସେଠାରୁ ୧୩ ଲିଟର ଦେଶୀ ମଦ ଜବତ କରିବା ସହ ଏହି ସଂକ୍ରାନ୍ତ ରେ ଲାଞ୍ଜିପଲ୍ଲୀ ଅଞ୍ଚଳ ର ନିରଞ୍ଜନ ଚୌଧୁରୀ କୁ ଅଟକ ରଖିଛି l ତେବେ ଦୀର୍ଘ ଦିନ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା ତେବେ ୫0 ମିଟ ଦୂରରେ ଲାଞ୍ଜିପଲ୍ଲୀ ଫାଣ୍ଡି ଥାଇ ମଧ୍ୟ ଏହାର ଟେର ନପାଇବା ସନ୍ଧେହ ବଢିବା ସ୍ୱାଭାବିକ, ତଳେ ଦିନେ ଇଂଜିନିୟରିଙ୍ଗ କଲେଜ ଛକରେ ହୋଇଥିବା ସିରିଜ ଚୋରୀ ଘଟଣା ରେ ଫର୍ଦା ଫାଶ ହୋଇନି ଯାହାକୁ ନେଇ ଅଞ୍ଚଳ ବାସୀ ଢିଲା ପେଟ୍ରୋଲିଙ୍ଗ କୁ ଦାୟି କରିଛନ୍ତି, ସେହିପରି ଖୋଡ଼ାସିଂ ଆଲୋକାପୁରୀ ଅଞ୍ଚଳ ରେ ୨ ଟା ଘରେ ଚୋରି, ସବ-କଲକ୍ଟର ଘର ଆଗରେ ସୁନା ଚୋରି, ଲାଞ୍ଜିପଲ୍ଲୀ କାଳୀ ମନ୍ଦିର ଆଗରୁ ଦୋକାନ ରୁ ଚୋରି, ଇଞ୍ଜିନିଅର ସ୍କୁଲ ଛକ ରୁ ଦୋକାନ ରୁ ଚୋରି, ଆଙ୍କୁଳି ସୁବାଷ ନଗର ଏବଂ କୁମ୍ଭାରପଲ୍ଲୀ ଅଞ୍ଚଳ ରେ ହୋଇଥିବା ଚୋରୀ ଘଟଣା ରେ ଆଜି ସୁଧା ପୋଲିସ ହାତ ଖାଲି ଯାହାକି ପୋଲିସ ର ପାରିବା ପଣ ପ୍ରତି ପ୍ରଶ୍ନ ସୃଷ୍ଟି କରିଛି l ସୂଚନା ଥାଉକି ଏହି ଥାନା ଅଂଚଳରେ ନାନା ପ୍ରକାର ଅପରାଧ ଦିନକୁ ଦିନ ବଢୁଛି ତଥାପି ପୋଲିସ ସବୁ ଜାଣି ନିରବ ଯାହାକି ଏକ ଭିନ୍ନ ଦିଗକୁ ଇସାରା କରୁଛି, ଚୋରା ଦେଶୀ ଓ ବିଦେଶୀ ମଦ ମାଫିଆ ଙ୍କ ଚରା ଭୂଇଁ, ଗଞ୍ଜେଇ, ଧଳା ଜହର କାରବାର ମଧ୍ୟ ହେଉଥିବା ଖବର ଆସୁଛି କିଛି ଅସାଧୁ ଅଫିସର ଙ୍କ ଚାତ୍ରଛାୟା ତଳେ ଅପରାଧୀ ମାନେ ରହି ଏହି ପରି ବ୍ୟବସାୟ ଚଳାଇ ଥିବା ଶୁଣିବାକୁ ମିଳୁଛି ଯାହାଫଳରେ ଏହି ଅଫିସର ମାନଙ୍କ ଯୋଗୁ ସମଗ୍ର ବିଭାଗ ବଦନାମ ହେଉଛି, ଯଦିବା କୌଣସି ବଡ଼ ଧରଣ ର ଚଢ଼ାଉ ହେବା ପୂର୍ବରୁ ଏହି ଅଫିସର ମାନେ ଅପରାଧୀ ମାନଙ୍କୁ ଅଗ୍ରାମୀ ଖବର ପହଞ୍ଚାଇ ଦିୟନ୍ତି ଯାହାଫଳରେ ପୋଲିସ ର ଅପରେସନ ନାକମ ହୋଥାଏ l ଦୀର୍ଘ ଦିନ ହେଲା ଚାଲିଥିବା ଅନୟିତିକ ଭୃଣ ହତ୍ୟା ରକେଟ ର ଫର୍ଦା ଫାଶ କଲା ପରେ ଏସ ପି ଶ୍ରବଣ କୁମାର ବୁଝି ସାରିଥିବେ ଏତେ ଦିନ ହେଲା ଏହା ଚାଲି ଥିଲା କିପରି ? ଏସ ପି ଙ୍କ ଏହି ଦୃଢ ପଦେକ୍ଷପ କୁ ସହର ବାସୀ ସାଧୁ ବାଦ ଜଣେଇ ଛନ୍ତି କିନ୍ତୁ ପୋଲିସ ଅଫିସର ମାନଙ୍କ ନିଦ ହଜାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ତେଣୁ ବ୍ରହ୍ମପୁର ପୋଲିସ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ଜନତା ଉପକୃତ ହୋଇ ପାରନ୍ତେ ଓ ଆଗାମୀ ଦିନରେ ଏକ ନିର୍ଭୟ ଶାନ୍ତ ପରିବେଶ ମଧ୍ୟରେ ଜୀବନ ଅତିବାହିତ କରି ପାରନ୍ତେ ବୋଲି ବ୍ରହ୍ମପୁର ଏସ ପି ଙ୍କ ନିକଟରେ ସହର ବାଶୀ ଆଶା ଓ ଭରସା ରଖିଛନ୍ତି…

ad-week
Leave A Reply

Your email address will not be published.