ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ(୩୧।୫) ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ କ୍ରୀଡ଼ା ପ୍ରତିଭା ଅନ୍ଵେଷଣ ଆରମ୍ଭ ହୋଇ ଯାଇଛି । ଏହି କ୍ରୀଡ଼ାରେ ୬ଟ୍ଟି ବ୍ଳକ ଗ୍ରାମାଞ୍ଚଳ ଓ ମ୍ୟୁନିସିପାଲିଟି ଅଞ୍ଚଳର ଖେଳାଳି ମାନେ ଯୋଗ ଦେଇଥିଲେ । ଏଥିରେ ୧୦୧ ଜଣ ବାଳକ ଓ ୨୧ ଜଣ ବାଳିକା ଖେଳାଳି ମୋଟ ୧୨୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ପଲେଈ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ପତକା ଉତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏଥୁରେ ହାଇ ଜମ୍ପ, ଓଜନ, ୩୦ ମିଟର ଉଚ୍ଚତା ବୋଡ଼ ଜମ୍ପ ଆରମ୍ଭ ହୋଇଥିଲା ।

ଓଡ଼ିଶା ସରକାର କ୍ରିଡ଼ା ଓ ଯୁବସେବା ବିଭାଗ ଦ୍ବାରା ୮ ରୁ ୧୮ ବର୍ଷ ବୟସର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟୀତ କ୍ରିଡ଼ା ପ୍ରତୀଭା ଅନ୍ଵେଷଣ ପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରାଯାଇଛି । ଏଥିପାଇଁ ୱେବସାଇଟ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆସନ୍ତା ୧୫ ତାରିଖ ସୁଧା ଆହ୍ବାନ କରାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ ଏବଂ ଚୟନ ହୋଇଥିବା ପ୍ରତିଭାମାନଙ୍କୁ ଛାତ୍ରାବାସରେ ଅବସ୍ଥାନ କରିପାରିବେ ବୋଲି ସୂଚନା ମିଳିଛି । ଶିକ୍ଷୟତ୍ରୀ ପ୍ରଙ୍ଗ୍ୟାପରିଝା ପଢିହାରି,ଓମ୍ଭୁରିୟା ରାଉଚ ଗଣ୍ଡୋଳା, ବାବୁଲା ସ୍ବାଇଁ ଆଲପୁର, ଭି ଯୁଧିଷ୍ଠିର ପୋଚିଲିମା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅମ୍ବିକା ପ୍ରସାଦ ଦାଶ, ଅରୁଣ କୁମାର ସାମନ୍ତ,ଶିକ୍ଷକ ଭବାନି ଭୁଷଣ ପଲାଈ, ଜିତେନ୍ଦ୍ର ମହାରଣା ବୁରୁପଡା, ବିଭୁତି ପଟ୍ଟନାୟକ କଚୁଂରୁ, ପ୍ରଶନ କୁମାର ସେଠୀ, ରାମଚନ୍ଦ୍ର ବିଷୋଈ ଧରାକୋଟ, ଶୁସାନ୍ତ କୁମାର ପ୍ରଧାନ, ରଘୁନାଥ ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ

ad-week
Leave A Reply

Your email address will not be published.