ମଟର ସାଇକେଲ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର

add-all

ଦାରିଙ୍ଗବାଡ଼ି,୧/୬ : ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ(୨୫) ,ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନ (୨୦), ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ (୧୭) କୌଣସି କାମରେ ମଟର ସାଇକେଲ(ହୋଣ୍ଡା ସାଇନ)ରେ ଦାରିଙ୍ଗବାଡ଼ି ଆସି ତେରାବଡ଼ି ଗ୍ରାମରେ ଚାଲିଥିବା ଭୋଜିରେ ଯୋଗଦେବା ପାଇଁ ଦାରିଙ୍ଗବାଡ଼ି ରୁ ତେରାବାଡ଼ି ଗ୍ରାମକୁ ଯାଉଥିଲେ । ସୁଲୁମା ଗ୍ରାମ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ଧକା ଦେଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘଟଣାରେ ଦୁଇଜଣ ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନ ଶକ୍ତ ଆଘାତ ଲାଗି ଗୁରୁତର ହୋଇଥିଲା ବେଳେ ଚିଣ୍ଟୁ ପ୍ରଧାନ ଆହତ ହୋଇଥିଲେ। ଖବର ପାଇ ଗ୍ରାମର କିଛି ଲୋକ ଏକ ଜିପରେ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚିକିତ୍ସା କରିବାର କିଛି ସମୟ ପରେ ଗୁରୁତର ଦୁଇଜଣ ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପରିବାରର ଲୋକ ଆସି ପହଞ୍ଚିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋହ ଭରା କାନ୍ଦବିକଳ ପରିବେଶ ସୃଷ୍ଟି ହୋଇଥିଲା ।

ad-week
Leave A Reply

Your email address will not be published.