ରାଜ୍ୟ ସରକାରଙ୍କ ହାସ୍ୟାସ୍ପଦ ତାଳିପକା ନୀତିକୁ ସର୍ବସାଧାରଣରେ ନିନ୍ଦା

add-all

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ରେ ଡାକ୍ତର ଅଭାବର ଚରମ ପରିଣାମ ସ୍ୱରୂପ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ଭୋଗୁଥିବା ବେଳେ ରାଜ୍ୟ ସରକାର ଡାକ୍ତର ଅଭାବକୁ ଏଡେଇବା ପାଇଁ ଏକ ପ୍ରକାର ହାସ୍ୟାସ୍ପଦ ତlଳିପକା ନୀତି ଅବଲମ୍ବନ କରିଛନ୍ତି l ଗତ ତା.31.5.2022ରିଖ ରେ ଏକ ବିଜ୍ଞପ୍ତି ମାଧ୍ୟମରେ ଗତ 2018ଓ 2019ରେ ପିଜି ପାସ କରିଥିବା ଛାତ୍ର ଛାତ୍ରୀଙ୍କୁ ଏମକେସିଜି ମେଡିକାଲ ରେ ଆସନ୍ତା ତା 30.6.2023ରିଖ ପର୍ଯ୍ୟନ୍ତ ଡାକ୍ତର ପଦବୀରେ ନିଯୁକ୍ତି କରାଯାଉଛି ବୋଲି ପ୍ରକାଶ କରାଯାଇଛି l ଏହି ଯେଉଁ ଏକ ବର୍ଷିଆ ଠିକା ଡାକ୍ତରଙ୍କୁ ନିଯୁକ୍ତ କରି ଡାକ୍ତର ଅଭାବ ସଙ୍କଟକୁ କୌଶଳ କ୍ରମେ ନବୀନ ବାବୁ ଏଡେଇଦେବା ସହଜ ବୋଲି ଚିନ୍ତା କରିଛନ୍ତି l ହେଲେ,ଏହି ଡାକ୍ତର ଅଭାବ ସଙ୍କଟ କୁ ରାଜ୍ୟ ସରକାର ନିଜେ ସୃଷ୍ଟି କରିଛନ୍ତି ଓ ବିନା ଡାକ୍ତର ନିଯୁକ୍ତି ରେ ନୂତନ ମେଡିକାଲ କଲେଜ ଖୋଲିବl ପାଇଁ ଚେଷ୍ଟା କରିଛନ୍ତି l କେବଳ ଉଚ୍ଚ ଉଚ୍ଚ କୋଠା ନିର୍ମାଣ କରି ଏଠାରୁ ଡାକ୍ତର ମାନଙ୍କୁ ନେଇ ମିଥ୍ୟା ଯୋଗ୍ୟତା ଦର୍ଶାଇ କଲେଜ ଖୋଲିବା ନୀତି ସ୍ପଷ୍ଟ ଭାବେ ଏକ ତlଳିପକା ନୀତି, ଏହାଦ୍ୱାରା ଡାକ୍ତର ଅଭାବ ପୂରଣ ପରିବର୍ତ୍ତେ ଉତ୍କଟ ଡାକ୍ତର ସଙ୍କଟ ଦେଖାଯିବ l ଅନ୍ୟ ପକ୍ଷରେ ବହୁ ଅଭିଜ୍ଞତା ସମ୍ପନ୍ନ ପ୍ରଫେସର, ଏସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଆଦି ବରିଷ୍ଠ ଡାକ୍ତରମାନଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରି ପିଜି ପାସ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଠିକା ଡାକ୍ତର ଭାବେ ନିୟୋଜିତ କରି ରୋଗୀ ଚିକିତ୍ସାକୁ ସରକାର ନିଜେ ଗୁରୁତରଭାବେ ଅବହେଳା କରୁଛନ୍ତି l ଏକ ବର୍ଷିଆ ଠିକା ଡାକ୍ତର ନିଯୁକ୍ତି ଦେଇ ରାଜ୍ୟ ସରକାର ସେବା ମୂଳକ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥାକୁ ଧ୍ବଂସ କରି ସ୍ୱାସ୍ଥ୍ୟ ସେବାକୁ ବ୍ୟବସାୟିକରଣ କରିବାକୁ ଘୃଣ୍ୟ ଷଡଯନ୍ତ୍ର କରିଛନ୍ତି, ଏଥିଦ୍ୱାରା ଗୁରୁତର ରୋଗ ଚିକିତ୍ସା ପାଇଁ ଏମକେସିଜି ମେଡିକାଲକୁ ଆସୁଥିବା ରୋଗୀ ଙ୍କ ପାଇଁ ଏମକେସିଜି ମେଡିକାଲ ଆଉ ବିଶ୍ୱାସ ଭାଜନ ହେବ ନାହିଁ ଓ ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀ ଯିବାକୁ ବାଧ୍ୟ ହେବେ ବା ଟଙ୍କା ଅଭାବରେ ଅକାଳ ମୃତ୍ୟୁ ର ଶିକାର ହେବେ l ସମଗ୍ର ଦକ୍ଷିଣ ଓଡିଶା ସମେତ ପୁରୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ବରିଷ୍ଠ ଅଭିଜ୍ଞ ଡାକ୍ତରଙ୍କ ଆବଶ୍ୟକ ବେଳେ ପିଜି ପାସ କରି ମାତ୍ର ଦୁଇ ବର୍ଷ ପ୍ରାକ୍ଟିସ କରିଥିବା ଡାକ୍ତରଙ୍କୁ ନିୟୋଜିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପରିବର୍ତ୍ତେ ଅଧିକ କ୍ଷତି ହେବ l ପ୍ରବଳ ମାତ୍ରାରେ ଘରୋଇ ମେଡିକାଲକୁ ରୋଗୀ ଚାଲାଣ ହେବ l ଅନ୍ୟ ପକ୍ଷରେ ଡାକ୍ତରୀ ଛାତ୍ରଙ୍କ କ୍ଲାସ ନେବା ପାଇଁ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ଚରମ ଅବହେଳା ଦେଖାଯିବ l

ad-week
Leave A Reply

Your email address will not be published.