
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ପଲିଟେକନିକ୍ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ ଇଂଜିନିୟରିଂ ସ୍କୁଲ ଛକଠାରେ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ Er ନିଶାକର ମଲ୍ଲିକ ଙ୍କପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ହୋଟେଲ ମେନେଜମେଣ୍ଟ ଏଣ୍ଡ କେଟରିଂ ଟେକ୍ନୋଲୋଜି ବିଭାଗର ଅଧ୍ୟାପିକା ଆଶ୍ରିତା ନାୟକଙ୍କ ସଂଯୋଜନା ରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମେକାନିକାଲ ଏବଂ ହୋଟେଲ ମେନେଜମେଣ୍ଟ ଏଣ୍ଡ କେଟରିଂ ଟେକ୍ନୋଲୋଜି ର ଶେଷ ବର୍ଷର ଛାତ୍ରମାନଙ୍କ ଦ୍ଵାରା ଏହି ସଚେତନତା କାର୍ଯ୍ୟକ୍ରମ ଇଂଜିନିୟରିଂ ସ୍କୁଲ ଛକଠାରେ ଅନୁଷ୍ଠିତ ହୋଇଥିଲା।
ଏହା ଡିପ୍ଲୋମା ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କ ପାଠ୍ୟକ୍ରମରେ ଥିବା ଲାଇଫ ସ୍କିଲ ବିଷୟରେ ଅନ୍ତର୍ଭୁକ୍ତ ।ଏହି ସଚେତନତା କାର୍ଯ୍ୟକ୍ରମର ମାଧ୍ୟମରେ ବ୍ରହ୍ମପୁର ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ଟ୍ରାଫିକ ନିୟମ ପାଳନ କରିବାକୁଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ ମାନେ। ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକକାର୍ଡ ଓ ପୋଷ୍ଟର ଧରି ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ସଚେତନ କରିଥିଲେ।
କଲେଜର ହୋଟେଲ ମେନେଜମେଣ୍ଟ ଏଣ୍ଡ କେଟରିଂ ଟେକ୍ନୋଲୋଜି ବିଭାଗର ଅଧ୍ୟାପିକା ଆଶ୍ରିତା ନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।। ଅଘରି ମହାରଣା, ତେଜସ୍ୱୀ ସାହୁ, ନାରାୟଣ ସାହୁ, ଏଲ.ଚନ୍ଦ୍ରଶେଖର ପାତ୍ର, ଆଶିଷ ସାହୁ,, କେଦାରନାଥ ନାହାକ, ଦୀପକ ସ୍ୱାଇଁ, ବଳରାମ ସାହୁ, , ବି. ଶିବରାମ ଦୋରା,, କାହ୍ନା ପାଣିଗ୍ରାହୀ , ଅଶୋକ ନାୟକ, ଏ. ଛାୟାକାନ୍ତ ରାଓ ସଚିନ ମହାନ୍ତି, ସଚିନ ପରିଡା ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।