
ଦାରିଙ୍ଗବାଡି,(୨/୬) : ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବିଜୟ କୁମାର ସାହୁ ଦୁର୍ନୀତି କରିଥିବା ନେଇ ବହୁ ଅଭିଯୋଗ ହୋଇଛି। ତାଙ୍କ କାର୍ଯ୍ୟାରମ୍ଭର ପ୍ରଥମ ପଞ୍ଚାୟତ ଶ୍ରାନିକେତା ପଞ୍ଚାୟତ ଠାରୁ ଆରମ୍ଭ କରି ବର୍ତମାନ ଦାଇତ୍ୱରେ ରହିଥିବା ଦୁଇ ପଞ୍ଚାୟତ ସିମନବାଡି ପଞ୍ଚାୟତ ଓ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତରୁ ଏକାଧିକ ଅଭିଯୋଗ ହୋଇଛି । ମଙ୍ଗଳବାର ଦିନ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗ୍ରୀନବାଡି ପଞ୍ଚାୟତବାସୀ, ଜିଆରଏସଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ୭ ଦିନ ପରେ ସ୍ଥାନୀୟ ବିଡିଓଙ୍କୁ ଗ୍ରାମବାସୀ ଭେଟିବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଥିଲେ । ଅଭିଯୋଗ ମୁତାବକ ଜିଆରଏସ ସରକାରୀ ଚାକିରୀ କରୁଥିବା ବେଳେ ଗ୍ରୀନବାଡି ପଞ୍ଚାୟତର ସମସ୍ତ କାମ ଠିକାଦାର ସାଜି କାର୍ଯ୍ୟ କରୁଛନ୍ତି । ଯେଉଁ କାମ ବି କରୁଛନ୍ତି ତାହା ଅତି ନିମ୍ନମାନର କାର୍ଯ୍ୟ କରୁଥିବା ସହ ଅଧାଅଧିକା କାମ କରି ସମ୍ପୂର୍ଣ୍ଣ ବିଲ କରୁଥିବା ଅଭିଯୋଗରେ ହୋଇଛି । ଏପରିକି ଗାଇ ଗୁହାଳ କରିଦେବି କହି ୪ ଜଣ ହିତାଧିକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗାଇ ଗୁହାଳ ଘର ଏପର୍ଯ୍ୟନ୍ତ କରିଦେଇନଥିବା ଅଭିଯୋଗ ହୋଇଛି । ଏଣୁ ଏହାର ତଦନ୍ତ କରି ଜିଆରଏସଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ୭ ଦିନ ମଧ୍ୟରେ ପଞ୍ଚାୟତରୁ ବଦଳି କରାନଗଲେ ପଞ୍ଚାୟତ କାର୍ଯ୍ୟଳୟରେ ଗ୍ରାମବାସୀ ତାଲା ପକେଇବେ ବୋଲି ପୂର୍ବତନ ସମିତି ସଭ୍ୟ ଭିୟୁତମ ସଭାସୁନ୍ଦର, ପ୍ରକାଶ ଚନ୍ଦ୍ର ପ୍ରଧାନ ସମେତ ଗଜପତି ନାୟକ, ବାଦଲ ନାୟକ, ରବୀନ୍ଦ୍ର ନାୟକ, ଉପେନ୍ଦ୍ର ନାୟକ ,ସନ୍ତୋଷ ନାୟକ, ଅମୟ ଚନ୍ଦ୍ର ନାୟକ, ମନରଞ୍ଜନ ନାୟକ, ବିରସେନ ନାୟକ, କୁନାଳ ନାୟକ, ପ୍ରଭାକର ପରିଛା ଭଳି ଗ୍ରାମର ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଆରଏସଙ୍କ ଏଭଳି ଗୋଟିଏ ଅଭିଯୋଗ ନୁହଁ ଉକ୍ତ ଜିଆରଏସ ବର୍ତମାନ ସିମନବାଡି ପଞ୍ଚାୟତ ଦାଇତ୍ୱରେ ମଧ୍ୟ ରହିଥିବା ବେଳେ ଦୁର୍ନିତ କରିଥିବା ନେଇ ବିଡିଓ ଗଦାଧର ପାତ୍ରଙ୍କ ପାଖରେ ଏକାଧିକ ଲୋକ ଅଭିଯୋଗ କରିଛନ୍ତି । ହେଲେ ତଦନ୍ତ ହେବା କଥା ଦୂରର କଥା ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ବ୍ଲକ ପ୍ରଶାସନ । ଦୁର୍ନୀତିଗ୍ରସ୍ତ ଜିଆରଏସଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବଦଳରେ ଅନୁକମ୍ପା ଦେଖାଉଚି ବ୍ଲକ ପ୍ରଶାସନ । ଖାଲି ଲୋକ ଦେଖାଣିଆ କୁ କାରଣ ଦର୍ଶାଅ ନୋଟିସ ଜାରି କରି ନିଜ କାମ ସାରିଦେଇଛନ୍ତି । କାର୍ଯ୍ୟନୁଷ୍ଠାନ ଗ୍ରହଣ ହେଉନଥିବା ଯୋଗୁଁ ଗ୍ରୀନବାଡି ପଞ୍ଚାୟତ ଓ ସିମନବାଡି ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଦିନ କୁ ଦିନ ବୃଦ୍ଧି ପାଉଛି । ଲୋକେ କାମ କରି ମାସ ମାସ ବିତିଗଲେ ସୁଦ୍ଧା ନିଜର ପାରିଶ୍ରମିକ ଟଙ୍କା ପାଉନାହାଁନ୍ତି । ଅଭିଯୋଗ କଲେ ମଧ୍ୟ ବ୍ଲକ ପ୍ରଶାସନ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି । ଏଣୁ ଏଭଳି ଜିଆରଏସଙ୍କ ପ୍ରତି ଜିଲାପ୍ରଶାସନ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାପାଇଁ ସିମନବାଡି ଓ ଗ୍ରୀନବାଡି ଅଂଚଳବାସୀ ଦାବି କରିଛନ୍ତି । ଏନେଇ ଜିଆରଏସ ବିଜୟ ସାହୁଙ୍କ ସହ ଯୋଗଯୋଗ କରାଯାଇଥିବା ବେଳେ ଫୋନ ନଂ ବ୍ଲକ କରିଥିବା ଯୋଗୁଁ ଯୋଗାଯୋଗ ହୋଇପାରିନାହିଁ ।