ଆଜି ୪୦ ଡିଗ୍ରୀ ଉପରେ ୧୫ ସହର, ସୋନପୁର ସବୁଠାରୁ ଉତ୍ତପ୍ତ

add-all

ଭୁବନେଶ୍ୱର: ସିଝୁଛି ପଶ୍ଚିମ ଓଡ଼ିଶା। ୧୫ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ୪୪.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗୀରରେ ୪୪.୫ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୪.୪ ଡ଼ିଗ୍ରୀ, ବରଗଡ଼ରେ ୪୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୩.୫, ଭବାନୀପାଟଣାରେ ୪୩.୫, ମାଲକାନଗିରିରେ ୪୩.୫, ସମ୍ବଲପୁରରେ ୪୩.୮ ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୪୧.୦, ଅନୁଗୋଳରେ ୪୧.୧, ଝାରସୁଗୁଡାରେ ୪୩.୪, ପରଳାଖେମୁଣ୍ଡିରେ ୪୫.୫, ବୌଦ୍ଧରେ ୪୨.୫, ନୟାଗଡ଼ରେ ୪୦.୦ ଏବଂ ନୂଆପଡ଼ାରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ad-week
Leave A Reply

Your email address will not be published.