ବିଶ୍ୱ ବାଇସାଇକେଲ ଦିବସ ପାଳିତ…

add-all
ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ


ଫୁଲବାଣୀ:- ଫୁଲବାଣୀ ସହରର ସ୍ଥାନୀୟ ମାଦିକୁଂଦା ଛକ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି ।ଏ ନେଇ ଏକ ସାଇକେଲ ରାଲିର କାର୍ଯ୍ୟକ୍ରମ ହୋଇଥିଲା। ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଡେପୁଟି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବୁନା ପ୍ରଧାନ ଯୋଗ ଦେଇ ଥିବା ବେଳେ ସଂମ୍ମାନୀତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର

ମହାକୁଡ଼, ଶାରୀରିକ ପ୍ରଶିକ୍ଷଣ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ରାଜ କିଶୋର ସ୍ୱାଇଂ, ରାକେଶ ବିଶ୍ୱାଳ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ କୁମାର ଦାଶ, ଲଷ୍ମୀପ୍ରିୟା ରଥ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକର ପ୍ରତ୍ୟେକ ହାଇସ୍କୁଲର ଛାତ୍ର ଛାତ୍ରୀ, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ଏବଂ ଯୁବକ ସଙ୍ଘର ଭାଇ ଓ ଭଉଣୀ ମାନେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଥିଲେ । ମୁଖ୍ୟ ଅତିଥି ପତାକା ଦେଖାଇ ସାଇକେଲ ରାଲିର ଶୁଭ ଉଦଘାଟନ କରିଥିଲେ ।ରାଲି ମାଡିକୁନ୍ଦା ଛକରୁ ବାହାରି ସହର ପରି ଭ୍ରମଣ କରି ପୋଲିସ ରିଜର୍ଭ ପଡ଼ିଆ ରେ ସମାସ୍ତ ହୋଇଥିଲା ।

ad-week
Leave A Reply

Your email address will not be published.