ଅଚଳାବସ୍ଥା ରେ ସୋଲାର ପାଣି ଟାଙ୍କି : ପ୍ରଶାସନ ନିରବ…

add-all


ମାଲକାନଗିରି :, ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡିକି ତପଂଚାୟତ ର ଧାଙ୍ଗଡାବାଟା ଗ୍ରାମର ୩୦ରୁ ଊର୍ଦ୍ଧ୍ଵ ଆଦିବାସୀ ପରିବାର ଅଛନ୍ତି।ଗ୍ରାମରେ ୩ଟି ନଳକୂପ ଥିଲେ ମଧ୍ୟ ଖରାଦିନେ ସେଥିରେ ପାଣି ବାହାର ହେଉନାହିଁ ସେଥି ପାଇଁ ସରକାର ଏକ ସୋଲାର ପଏଣ୍ଟ ବସାଇଥିଲେ ମାତ୍ର ତାହା ଆଜକୁ ଏକ ବର୍ଷ ହେଲା ଅଚଳାବସ୍ଥାରେ ପଡ଼ି ରହିଛି ।ଏଥିପାଇଁ ଗ୍ରାମଵାସୀ ମାନେ ବ୍ୟକ୍ତି ଗତ ଓ ଶ୍ରମଜୀବି ଓ ମହିଳା ଶ୍ରମଜୀବି ସଙ୍ଗଠନ ମାଧ୍ୟମରେ ବହୁ ବାର ପଞ୍ଚାୟତ ଵ୍ଲକ ସ୍ତରରେ ଜଣାଇ ଥିଲେ ମଧ୍ଯ କୈଣସି ପ୍ରକାର ତାହା ସଜଡା ହେଉନଥିବାରୁ ଲୋକମାନେ ପିଇବା ପାଣି ମୁନ୍ଦାଏ ପାଇଁ ବହୁତ ଡ଼ହଳ ଵିକଳ ହେଉଥିବା ଗ୍ରାମର ରାଜେନ୍ଦ୍ର କବାସୀ, ଉମା ଶଙ୍କର ମାଡକାମୀ, ଭିମା କବାସୀ, ଆଇତି ମାଢୀ, ଗାଙ୍ଗୀ ମାଡ଼କାମୀ,ଇରାମତି କବାସୀ ପ୍ରମୁଖ ଗ୍ରାମଵାସୀ ମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଲୋକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ଵୋଲି ଜଣାପଡିଛି।

ad-week
Leave A Reply

Your email address will not be published.