ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପୁରୀ ବିଧାୟକ

add-all

ପୁରୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗୋଟେ ଜିନିଷକୁ ଅଧାଗଢ଼ା କରି ଛାଡି ଦେବା ଠିକ ନୁହେଁ ଏହା ମନ୍ଦିର ପ୍ରତି ବିପଦ।

ପ୍ରକଳ୍ପକୁ କେହି ବିରୋଧ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ଉଚିତ।ଆମ ପାର୍ଟି ଏବଂ ମୋର ଷ୍ଟାଣ୍ଡ କ୍ଳିଅର ଥିଲା। ଆମେ ବିକାଶକୁ ବିରୋଧ କରୁନଥିଲୁ, ଆମ ପାର୍ଟି କହିଥିଲା ନିୟମ ଭିତରେ କାର୍ଯ୍ୟ କରାଯାଉ। ଏଭଳି ପରିସ୍ଥିତିରେ କାମ ବନ୍ଦ କରିବା ଉଚିତ ନଥିଲା। ତେଣୁ ଶୀଘ୍ର କାମ ଶେଷ କରାଯାଉ।

ad-week
Leave A Reply

Your email address will not be published.