ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ

add-all

ଭୁବନେଶ୍ବର : ବ୍ରଜରାଜନଗରରେ ବିପୁଳ ଭୋଟରେ ବାଜିମାତ କରିଛି ବିଜେଡି। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବ୍ରଜରାଜନଗରରେ ବିଜେଡିର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଥି ସହିତ ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଧନ୍ୟବାଦ ଜଣାଛନ୍ତି ନବୀନ । ଏହି ବିଜୟ ଆମର ସେବା ସଙ୍କଳ୍ପକୁ ଆହୁରି ଦୃଢ କରିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରି କହିଛନ୍ତି।

ad-week
Leave A Reply

Your email address will not be published.