ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ ଓ ବିଜେଡି ସାଂଗଠନିକ ସମ୍ପାଦକ

add-all

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟର ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଜି ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧି ମାନେ ସ୍ବାଗତ କରିଥିଲେ ।

ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ ।‌ ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ସପକ୍ଷରେ ଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ମହାପ୍ରଭୁ ତାଙ୍କ କାର୍ଯ୍ୟ କରୁଛନ୍ତି । ଆମେ କିଛି ନୁହଁ । ମହାପ୍ରଭୁଙ୍କ ମାର୍ଗ ଦର୍ଶକରେ ହିଁ ସମସ୍ତ କାର୍ଯ୍ୟ ହେଉଛି । ଭକ୍ତର ହେଉଛନ୍ତି ଭଗବାନ । ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବବୋଲି ମହାପ୍ରଭୁଙ୍କ ଦର୍ଶନ ପରେ କହିଛନ୍ତି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସୂଚନାଯୋଗ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିର। ଏହି ପବିତ୍ର ପୀଠର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ମେଘନାଦ ପାଚେରୀ ପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ବଡ଼ଦେଉଳର ସୁରକ୍ଷା ଏବଂ ଦର୍ଶନାର୍ଥୀଙ୍କ ସୁବିଧାକୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରକଳ୍ପ କାମ ଚାଲିଥିବା ବେଳେ ଅନେକ ଏହାକୁ ନେଇ ଅଯଥାରେ ବିବାଦ ଛିଡା କରାଯାଉଥିଲା। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଥିଲେ କିଛି କୁଚକ୍ରୀ। କିନ୍ତୁ ଆଜି ସେହି କୁଚକ୍ରୀଗୋଷ୍ଠୀଙ୍କୁ ଶକ୍ତ ଝଟକା ଦେଇଛନ୍ତି ସପ୍ରିମକୋର୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମମାଲକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି।

ad-week
Leave A Reply

Your email address will not be published.