ହିଞ୍ଜିଳିକାଟୁରେ ଶିତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ

add-all

ହିଞ୍ଜିଳିକାଟୁ (୫।୬) : ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ଵିଭିନ୍ନ ଶୈବପୀଠରେ ଦୁଇ ଦିନ ଧରି ଚାଲିଥିବା ଶିବ, ପାର୍ବତୀ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିର ପରିସରରେ ଦେବ ଦମ୍ପତି ମହାଦେବ ଓ ମାତା ପାର୍ବତୀ ଙ୍କ ବିଭାହ ଶନିବାର ସମ୍ପନ୍ନ ହୋଈଯାଇଅଛି। ବରପିତା ଭାବେ ରାମଚନ୍ଦ୍ର ପାଠୀ ଓ କନ୍ୟାପିତା ଭାବେ ସତ୍ୟନାରାୟଣ ସାହୁ ମାତା ପାର୍ବତୀଙ୍କୁ କନ୍ୟାପିତା ଭାବେ କନ୍ୟାଦାନ କରିଥିଲେ। ଵରପିତା ଶନିବାର ପରମ୍ପରା ଅନୁସାରେ ମାଁ ପାର୍ବତୀଙ୍କୁ ଵରଣ କରିବା ନିମନ୍ତେ ସୁସଜ୍ଜିତ ବିମାନରେ କନ୍ୟାପିତା ଙ୍କ ଘରକୁ ଯାଇଥିଲେ। ସେଠାରେ ବନ୍ଦାପନା ପରେ ଘରକୁ ପାଛୋଟି ନେଇଥିଲେ। ରବିବାର ରାତିରେ ଦେବ ଦମ୍ପତ୍ତି ଙ୍କୁ ସୁସଜ୍ଜିତ ବିମାନରେ ଘଣ୍ଟସ୍ଥଳ, ବାଦ୍ୟବାଜଣା ସହ ବିରାଟ ପଟୁଆର ନଗର ପରିକ୍ରମା କରିଛନ୍ତି। କାର୍ଯ୍ୟକ୍ରମ କୁ ମନ୍ଦିର ପରିଚାଳନା କମିଟି ମଣ୍ଟୁ ସାହୁ, ନଵୀନ ସେନାପତି, ଚନ୍ଦ୍ର ଶେଖର ସାହୁ, ମିତାଜ ସାହୁ, ଭୀମ ନାୟକ, ସିମାଞ୍ଚଳ ସାହୁ, ହେମନ୍ତ ମହାରଣା, ପ୍ରଶନ କୁମାର ନାୟକ, ନୃସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଆଙ୍କୋରଡା ସ୍ଥିତ କପିଳେଶ୍ଵର, ନୁଆଗଡ ଗ୍ରାମ ସ୍ଥିତ ବାଲୁଙ୍କେଶ୍ଵର, ଵଇଂଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ରପଶ୍ଚିମାଭୁମୁଖି କାଶିବିଶ୍ବନାଥ, ହିଞ୍ଜିଳିକାଟୁ ବ୍ଲକ ଚାନ୍ଦୁଲି ଗ୍ରାମର ବାଲେଶ୍ୱର, ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ମୁଦୁକେଶ୍ଵର,ଗଣ୍ଡୋଳା,ଵେଲଗାଁ,ଗୁପ୍ତେଶ୍ବର,ସହିତ ବିଭିନ୍ନ ଶୈବପୀଠ ମାନଙ୍କରେ ମହାଆଡମ୍ଵର ସହକାରେ ଶିତଳଷଷ୍ଠୀ ଯାତ୍ରା ଉଦଯାପିତ ହୋଇଯାଇଛି।

ad-week
Leave A Reply

Your email address will not be published.