ସବସିଡି ମିନିପାୱାର ଟିଲର ପ୍ରଦାନ କଲେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ

add-all

ଚିତ୍ରକୋଣ୍ଡା (୫/୬) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବି.ଡ଼ି.ଓ. ଶ୍ରୀ ରଘୁନାଥ ମୁଣ୍ଡାରୀ ସ୍ୱାଭିମାନ ଅଞ୍ଚଳର ଦୁଇ ପଞ୍ଚାୟତ ରାଲେଗାଡା ଓ ଧୂଳିପୁଟ ଗ୍ରାମ ପଞ୍ଚାୟତର ୧୩ ଜଣ ଚାଷୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ କୃଷି କ୍ଷେତ୍ରରେ ବିକଶିତ ହୋଇଥିବା ଏହି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରିବାର ସୁଯୋଗ ପ୍ରଦାନ କରିଛନ୍ତି । ରାଲେଗାଡା଼ ସରପଞ୍ଚ କମଳୁ ହନ୍ତାଳ, ଧୂଳିପୁଟ ସରପଞ୍ଚ ଶୁକଦେବ ବୁରୁଡ଼ି ଏବଂ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ V.A.W. ବିଶ୍ୱନାଥ ମଣ୍ଡଳଙ୍କ ଉପସ୍ଥିତିରେ ୧୩ ଗୋଟି ମିନି ପାୱାର ଟିଲର ପ୍ରଦାନ କରା ଯାଇଛି l ଚଷା ପୁଅ ଅଖି ତୃତୀୟା ଦିନ ଅଳ୍ପ ଜମିରେ ମାଟି ମା ଜମିକୁ ପୂଜା ଧାନ ଅନୁକୂଳ କରି ଚାଷ ଆରମ୍ଭ କରିଦେଇଥିବା ବେଳେ ବର୍ଷା ଦିନର ଆଗମନରେ କମ ସମୟ ମଧ୍ୟରେ କମ ପରିଶ୍ରମ ବିନିଯୋଗରେ ବିଭଳି ଅଧିକ ଚାଷ କରିପାରିବ ସେ ନେଇ ଚାଷୀ ଚିନ୍ତାରେ ଥିଲା l ଚାଷୀମାନେ ସରପଞ୍ଚଙ୍କ ମାଧ୍ୟମରେ କୃଷି ଅଧିକାରୀ ଙ୍କୁ ଜଣାଇ ମିନି ପାୱାର ଟିଲର ପାଇବାରେ ସକ୍ଷମ ହୋଇଛନ୍ତି l ସମତଳ ଅଞ୍ଚଳରେ ସୁରୁଖୁରୁରେ ଚାଷ କରିଆସୁଥିବା ମିନିପାୱାର ଟିଲର ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ପାହାଡିଆ ଅଞ୍ଚଳରେ ଚାଷ କରିବାକୁ ପଶି ସାରିଛି l ଯେଉଁ ମିନି ପାୱାର ଟିଲର ର ଦାମ ରହିଛି ଟ.୬୪,୦୦୦/- ଲେଖାଏଁ ଏବଂ ଯାହାର ସବସିଡି ରହିଛି ୫୦% ଛାଡ଼ ପରିମାଣ ଟ.୩୨,୦୦୦/- l ଅଦ୍ୟାବଧି ପ୍ରାଥମିକ ପର୍ଯ୍ୟାୟରେ ଯଦିଓ ୧୩ ଜଣ ଚାଷୀଙ୍କୁ ମିନି ପାୱାର ଟିଲର ପ୍ରଦାନ କରାଯାଇଛି ତେବେ ଆଗାମୀ ଦିନରେ ଚାଷୀ ଭଲ ଉପକୃତ ହେଲେ ଆହୁରି ଅଧିକ ଚାଷୀଙ୍କୁ ଏହି ସୁବିଧା ସୁଯୋଗ ଦିଆଯିବ ବୋଲି ବ୍ଲକ୍ ପ୍ରଶାସନଙ୍କ ଠାରୁ ସୂଚନା ମିଳିଛି l ବର୍ତ୍ତମାନ ଚାଷୀ ନିଜେ ସମ୍ପୂର୍ଣ ଟଙ୍କା ପୈଠ କରି ମିନି ପାୱାର ଟିଲର କିଣିଛନ୍ତି, ଚାଷୀ ମାନଙ୍କର DVD ମାଧ୍ୟମରେ ଅନଲାଇନ ଦରଖାସ୍ତ କରି ସବସିଡ଼ି ଦିଆଯିବାକୁ ଚିତ୍ରକୋଣ୍ଡା ବ୍ଲକ କୃଷି ଅଧିକାରୀ ପରମେଶ୍ୱର ଜେନା କହିଛନ୍ତି l

ad-week
Leave A Reply

Your email address will not be published.