
ମାଲକାନଗିରି (୫/୬) : ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲାର ୪ଜଣ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରଯାଇଛି। ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପରିବେଶ ସୁରକ୍ଷାରେ ବ୍ରତୀ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ରକୃତି ମିତ୍ର ପୁରସ୍କାରରେ ଅଧିଷ୍ଠିତ କରଯାଇଛି। ସେମାନଙ୍କ ମଧ୍ୟରୁ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ବଡପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ତାଙ୍ଗୁଲୁ ଚିତ୍ରକୋଣ୍ଡା ବ୍ଲକ ତରଫରୁ, କାମ୍ବେଡା ଉଚ୍ଚ ବିଦ୍ୟାଳୟର ଜୟନ୍ତ କୁମାର ମାହାନା କୋରୁକୋଣ୍ଡା ବ୍ଲକ୍ ତରଫରୁ ପୁରସ୍କୃତ ହୋଇଛନ୍ତି । ଏହି ରାଜ୍ୟ ସ୍ତରୀୟ ପରିବେଶ ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ ମୋନା ଶର୍ମା, ନିର୍ଦ୍ଦେଶକ ରାଜିବ କୁମାର ଓ ଚିଲିକା ସୁରକ୍ଷା ଉନ୍ନୟନ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ପ୍ରକୃତି ମିତ୍ର ପୁରସ୍କାର ବିତରଣ କରାଯାଇଥିଲା । ବିଚ୍ଛିନ୍ନାଞ୍ଚଳର ଏକ ଶିକ୍ଷକଙ୍କ ପରିବେଶ ସୁରକ୍ଷାରେ ଏଭଳି ଆଗ୍ରହ ରହିଥିବା ଜାଣିବାପରେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ମାଧବ ଚନ୍ଦ୍ର ତାଙ୍ଗୁଲୁଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହ ସମସ୍ତ ପ୍ରକୃତି ମିତ୍ରଙ୍କୁ ଜିଲ୍ଲାବାସୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆଗାମୀ ଦିନରେ ପ୍ରଶାସନ ତରଫରୁ ଏଭଳି ପ୍ରତିଭା ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିଲେ ବାସ୍ତବିକ୍ ପ୍ରକୃତି ସୁରକ୍ଷିତ ହେବାରେ ବଡ଼ ପଦକ୍ଷେପ ହୋଇପାରିବ ବୋଲି ବାଲିମେଳା ପରିବେଶ ସୁରକ୍ଷା ସଙ୍ଗଠନର ଅବାହକ ତଥା ସାମାଜିକ କର୍ମୀ ଟୁକୁଲା ପ୍ରଧାନ କହିଛନ୍ତି ।