କାଳବୈଶାଖୀ ଭାଙ୍ଗିଦେଲା ଘର

add-all


ଫୁଲବାଣୀ : ଗତ କାଲି ରବିବାର ଦିନ ରାତି ୧୦ ଘଣ୍ଟିକା ପୂର୍ବରୁ ଅଚାନକ କାଳବୈଶାଖୀ ଆସି ପବନ ବର୍ଷାରେ ଅନେକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ କିଛି ଗରିବ ଲୋକଙ୍କ ଘରକୁ ଭାଙ୍ଗି ଦେଇ ଛପର ଉଡ଼େଇ ନେଇଥିବା ବେଳେ ନାହିଁ ନଥିବା ହନ୍ତସନ୍ତ କରି ପକାଇଛି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ବୌଦ୍ଧ ଜିଲ୍ଲା ସୀମାନ୍ତ ଗେଟାମୁଣ୍ଡା ଗ୍ରାମରେ।ଏହି ଗ୍ରାମର ଚୈତନ ଭୋଇଙ୍କ ତିନୋଟି ଘର ଭାଙ୍ଗି ଯାଇଥିବା ବେଳେ ଛପର ଉଡ଼େଇ ନେଇ ଅନେକ କ୍ଷୟକ୍ଷତି ହୋଇଛି।ଚୈତନ ଙ୍କ ପରିବାର ଏବେ ବେ ସହାର ହୋଇ ଅତି ହନ୍ତସନ୍ତରେ
ଜୀବନ ବିତାଉଛନ୍ତି।ସେଜଣେ ଅତି ଗରିବ ପରିବାର ହୋଇ ଥିବାରୁ ସରକାରୀ କ୍ଷତିପୂରଣ କିମ୍ବା ଘର ଖଣ୍ଡିଏ ଯୋଗାଇ ଦେବାକୁ ଗଣମାଧ୍ୟମ ଦ୍ୱାରା ସରକାରଙ୍କ ନିକଟରେ ମିନତୀ କରୁଛି।ଚୈତନ ଓ ତାଙ୍କ ପତ୍ନୀ ଆଉ ୪ ପୁଅ,ଝିଅ ଏବେ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଚଳୁଛନ୍ତି।ତେଣୁ ଏହି ଖବରକୁ ଗୁରୁତ୍ବପୂର୍ଣ୍ଣ ମନେକରି ଯଥା ଶୀଘ୍ର ଏହି ପରିବାରଙ୍କୁ ସରକାରୀ ସହାୟତା ସହିତ ଆବାସ ଯୋଜନାରେ ଖଣ୍ଡିଏ ଘର ଯୋଗାଇ ଦେଲ ଉପକୃତ ହୋଇ ପାରନ୍ତା ବୋଲି ଅଞ୍ଚଳ ବାସୀଙ୍କ ଅକ୍ଷରୁ ଦାବି ହେଉଛି।

ad-week
Leave A Reply

Your email address will not be published.