ରୂପାନ୍ତରିତ ବିଦ୍ୟାଳୟ ରେ ବୃକ୍ଷ ରୋପଣ 

add-all

ଚିକିଟି : ଚିକିଟି ବ୍ଲକ ରମ୍ପା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ବିଶ୍ଵ ରଞ୍ଜନ କହଁର,ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ବିଇଓ ବସନ୍ତ ପଣ୍ଡା, ପ୍ରଧାନ ଶିକ୍ଷକ ସୂର୍ୟ ନାରାୟଣ ରାଉଳ, ଏ ବି ଇ ଓ ସୀମାଞ୍ଚଳ ପଣ୍ଡା, ବି ଆର ସି ସି ପ୍ରଭାକର ସେଠି,ସି ଆର ସି ସି ବଳରାମ ବେହେରା, ପୂର୍ବତନ ସରପଞ୍ଚ ୟୁ. ନାରସିମୁଲୁ,ନିର୍ବାହୀ ଅଧିକାରୀ ତ୍ରିପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରି ପରିବେଶ କୁ ସନ୍ତୁଳିତ କରିବା ରେ ପିଲା ଟିଏ କୁ ଗଛ ଟିଏ ଲଗେଇବାକୁ ଅନୁରୋଧ କରାଯାଇଛି।ଏ ଅବସରରେ ରୂପାନ୍ତରିତ ବିଦ୍ୟାଳୟ ର ବିଭିନ୍ନ କୋଠରୀ କୁ ଅତିଥିମାନେ ବୁଲି ଦେଖି ନୂଆ ଶିକ୍ଷା ପଦ୍ଧତି ର ପ୍ରଶଂସା କରିଥିଲେ।ନିର୍ମାଣ କାମ ର ତଦାରଖ ସହିତ ଶିକ୍ଷକ, ଛାତ୍ର ଛାତ୍ରୀ, ଅଭିଭାବକ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ବି ଇ ଓ ପରାମର୍ଶ ଦେଇଛନ୍ତି।ଆଗାମୀ ପିଢ଼ି ମାନଙ୍କ ସହଯୋଗ ରେ ପରିବେଶ କୁ ସୁଧାରିବାକୁ ସରକାର ଙ୍କ ଏହି ପ୍ରୟାସ ରେ ପିଲା ମାନେ ସାମିଲ ହୋଇ ଗଛ ର ସୁରକ୍ଷା ପାଇଁ ମଧ୍ୟ ଚେଷ୍ଟିତ ହେବେ ବୋଲି ଛାତ୍ର ଛାତ୍ରୀ କହିଛନ୍ତି।ସେହିପରି ଓ ଏସ ଜି ଟି ଆର ଉଚ୍ଚ ବିଦ୍ୟାଳୟ, ଧlନଘରରେ ମଧ୍ୟ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ ଙ୍କ ସମେତ ବିଦ୍ୟାଳୟର ଛାତ୍ରୀ ଛାତ୍ରୀ ଓ ଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତି ରେ ବିଦ୍ୟାଳୟ ପରିସରରେ ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା l

ad-week
Leave A Reply

Your email address will not be published.