
ମାଲକାନଗିରି : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡିଆ ଅଞ୍ଚଳ ଟିକରପଡା ଗ୍ରାମରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତ୍ଵ ରେ ଏକ ଦଳ ଦୀର୍ଘ ଦୁଇ କିଲୋମିଟର ପାହାଡିଆ ଓ ଘାଟିରାସ୍ତା ଅତିକ୍ରମ କରି ଟିକରପଡା ଗ୍ରମରେ ପହଞ୍ଚିଥିଲେ । ନିଜ ଗ୍ରାମରେ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ଦେଖି ଗ୍ରାମବାସୀ ଖୁସିହେବା ସହ ସ୍ଥାନୀୟ ବିଦ୍ୟାଳୟ ଗୃହକୁ ପାଛଟି ନେଇଥିଲେ, ଯେଉଁଠି ସ୍ବାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା । ପାଖାପାଖି ୬୦ ଜଣ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ଥିବାବେଳେ,ସେଥି ମଧ୍ୟରୁ ଛଅ ଜଣ ମ୍ୟାଲେରିଆ ଜ୍ଶର ରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା ଓ ଆଉ ଛଅ ଜଣଙ୍କର କଫ ପରୀକ୍ଷା ନିମନ୍ତେ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ଚିକିତ୍ସା ଅଧିକାରୀ କହିଥିଲେ । ଏହି ଶିବିରରେ ରୋଗୀ ମାନଙ୍କୁ ଫୁଟା ପାଣି ଓ ମଶାରି ର ବ୍ୟବହାର କରିବା ସହ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ଗାଁ ଲୋକ°କୁ ବଝାଇଛନ୍ତି । ଏହି ଶିବିର ରେ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନ°କ ମଧ୍ୟରେ ଡ଼.ରାମ ଚନ୍ଦ୍ର ଟୁଡୁ, ରଞ୍ଜନ କୁମାର ନାୟକ, ଶୁଭଲକ୍ଷ୍ମୀ ଦାସ°କ ସହିତ ଆଶା ଓ ଅ°ଗନୱ।ଡି କର୍ମୀ ଉପସ୍ଥିତ ରହି ସମସ୍ତ ରୋଗୀ ମାନଙ୍କୁ ନିରାମୟ ଯୋଜନାରେ ଉପଲବ୍ଧ ବିନାଦେୟ ର ଔଷଧ ଯୋଗାଇ ଦେଇଛନ୍ତି । ଟିକରପଡା ଭଳି ଏକ ଅପନ୍ତରିଆ ଅଞ୍ଚଳକୁ ଯାଇ ଗରିବ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରେଇଥିବା ଯୋଗୁଁ, ସ୍ଥାନୀୟ ଅଞଚଳବାସୀ ଡକ୍ଟର ସନ୍ତୋଷ କୁମାର ଷଡଙ୍ଗୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।
