ବିଏସ୍ଏ‌ଫ୍‌ ଶିବିର ନିକଟରୁ ଜୀବନ୍ତ ବୋମା ଉଦ୍ଧାର, ଅଘଟଣ ପୂର୍ବରୁ ନିଷ୍କ୍ରିୟ କଲେ ଯବାନ

add-all

ମାଲକାନଗିରି ସୀମାନ୍ତ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ମନ୍ତ୍ରୀଆମ୍ବ ନିକଟରେ ମାଓବାଦୀଙ୍କ ବଡ଼ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ବିଏସ୍‌ଏଫ୍‌ ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ପୋତି ଥିବା ଟିଫିନ୍ ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରିଛନ୍ତି। ଏବେ ବି ବୈପାରିଗୁଡା ଅଞ୍ଚଳରେ ମାଓବାଦୀ ସକ୍ରିୟ ରହିଥିବା ସ୍ବଷ୍ଟ ହୋଇଛି।ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ଠାରେ ଅବସ୍ଥାପିତ ୧୫୧ ବିଏସ୍‌ଏଫ୍‌ ଯବାନଙ୍କୁ ଟାର୍ଗେଟ କରି ଟିଫିନ୍ ବୋମା ଖଞ୍ଜା ଯାଇଥିଲା। ଆଜି ସକାଳ ସାତଟା ବେଳେ ମନ୍ତ୍ରୀଆମ୍ବ ବିଏସ୍‌ଏଫ୍‌ କ୍ୟାମ୍ପ ଯବାନମାନେ ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର ଜଂଗଲ ଭିତରେ କମ୍ବିଂ ଅପରେସନରେ ଥିବାବେଳେ ଦୁଇଟି ନୂତନ ଭାବେ ଖୋଳା ଯାଇଥିବା ଗାତକୁ ଦେଖି ସଂଦେହ କରିଥିଲେ। ଗାତଟିକୁ ଦେଖିବା ମାତ୍ରେ ସନ୍ଧାନୀ କୁକୁର ଏବଂ ମାଇନସ୍ ଡିଟେକ୍ଟର ସାହାଯ୍ୟରେ ସେହି ସ୍ଥାନଟିକୁ ସୁରକ୍ଷିତ କରିବା ପରେ ସନ୍ଧାନ ଆରମ୍ଭ ହେବାସହ ତୁରନ୍ତ ୧୫୧ ବିଏସଏଫ ବାଟାଲିୟନ କମାଣ୍ଡେଣ୍ଟ ଅଜୟ କୁମାରଙ୍କୁ ଏବିଷୟରେ ଅବଗତ କରାଇ ଥିବା ବେଳେ ସଦଳବଳ ସହ ଘଟଣା ସ୍ଥଳ ରେ ପହଞ୍ଚି ବୋମା ଟିକୁ ନିଷ୍କ୍ରିୟ କରାଯାଇଛି।

ad-week
Leave A Reply

Your email address will not be published.