“ମୋ ଲେଖା ମୋ ଦୁନିଆ” କବିତା ଆସରରେ ଯୋଗଦେଲେ ଆଲିମ୍ପିଆନ ଦୂତୀ ଚାନ୍ଦ…

add-all

ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ, କଳାହାଣ୍ଡି ଆନୁକୂଲ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଜନ୍ମଦିବସ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଏକ କବିତା ଆସର ଆୟୋଜନ କରାଯାଇଥିଲା । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ ଆନ୍ତାର୍ଜାତିକ ଆଲିମ୍ପିଆନ ଦୂତୀ ଚାନ୍ଦ (ଅର୍ଜୁନ ଆହ୍ୱାଡି) ଯୋଗଦେଇ ପ୍ରଥମେ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ମୋ ଲେଖା ମୋ ଦୁନିଆର କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଓଡ଼ିଆ ଭାଷାର ବିକାଶ ହେବ ବୋଲି କହିଲେ ଓ ସମସ୍ତ ଅଂଶଗ୍ରହଣ କରିଥିବା କବିମାନଙ୍କୁ ଉର୍ତ୍ସାହିତ କରିଥିଲେ । ପରିଶେଷରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଆନ୍ତାର୍ଜାତିକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ, ବ୍ୟାଙ୍ଗଷ୍ଟାର ଶ୍ରୀମତୀ ଭାରତୀ ରଥ, ଯୋଗଗୁରୁ ଶ୍ରୀଯୁକ୍ତ ସନାତନ ମହାକୁଡ଼, ଛତିଶଗଡରୁ ଚିତ୍ରକାର ଇସିତା, କୋଟଗଡ଼ ର କବିତା, ସମାଜସେବୀ ରଘୁବୀର ଶର୍ମା, ରାଜ କିଶୋର ମୁଣ୍ଡି, ମନ୍ମଥ ସ୍ୱାଇଁ, କମଳିନୀ ଚଣ୍ଡୀ, ଖୁସିରାମ ସାହୁ, ଦୁର୍ଗାଶଙ୍କର ଦେ, ସୁଶାନ୍ତ ରଣା ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ବୁଦ୍ଧିଜୀବି, କବି ମଧ୍ୟ ଶ୍ରୀଯୁକ୍ତ ବିଶ୍ଵାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବ୍ରହ୍ମପୁରରୁ ମଧୁସ୍ମିତା ସାହୁ, ଗଞ୍ଜାମରୁ ବୁଲୁ ବିଷୋୟୀ, ବଲାଙ୍ଗୀରରୁ ରାଙ୍କା ସରାଫ, କଳାହାଣ୍ଡିରୁ ଚିତ୍ତ ରଞ୍ଜନ ସାହୁ,ପ୍ରିୟଦର୍ଶିନୀ ମିଶ୍ର, ଗୋପାଳ ଭାଟି, ଅରବିନ୍ଦ ସାହୁ, ଟିକେମଣି ବୁଦ୍ଧିଆ, କଟକରୁ ରାଜକିଶୋର ମୁଣ୍ଡି, ନୟାଗଡ଼ରୁ ଅଶୋକ କୁମାର ନାୟକ, କେନ୍ଦ୍ରପଡ଼ାରୁ ଗୋବିନ୍ଦ ବେହେରା, ପ୍ରଶାନ୍ତ କୁମାର ନାଥ, ଭଦ୍ରକରୁ ବେଣୁଧର ବେହେରା, ସୁବାସ ଚନ୍ଦ୍ର ବିଶ୍ୱାଳ, ଜଗତସିଂହପୁରରୁ ରଞ୍ଜିତା ସାହୁ, ଯାଜପୁରରୁ ଜଗଦୀଶ ଶତପଥୀ, ଢେଙ୍କାନାଳରୁ ଅରୁନ୍ଧତୀ ଲେଙ୍କା, ସମ୍ବଲପୁରରୁ ଜ୍ଞାନେନ୍ଦ୍ରୀୟ ଦାଶ,ଅନୁଗୋଳରୁ କୁମାର ସ୍ୱାଇଁ, ପୁରୀରୁ ଚିତ୍ତରଞ୍ଜନ ପୃଷ୍ଟି, ନୂଆପଡାରୁ ମାଧବ ମାଝୀ, ବୌଦ୍ଧରୁ ଘନଶ୍ୟାମ ଦନ୍ତା,କେନ୍ଦୁଝରରୁ ରତି ନାରାୟଣ ରାଉତ ପ୍ରମୁଖ କବି ଓ କବୟିତ୍ରୀ ମାନେ ଅଂଶଗ୍ରହଣ କରି ‘ଦେଶର ସୁରକ୍ଷା’ ଶୀର୍ଷକକୁ ନେଇ ନିଜ ନିଜ ସୃଷ୍ଟି ରଖିଥିଲେ । ଶେଷରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଯୁବକବି ଶ୍ରୀ ଖୁସିରାମ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ad-week
Leave A Reply

Your email address will not be published.