ଜାଗ୍ରତ କନ୍ଧମାଳ ପକ୍ଷରୁ ୬ଦଫା ଦାବୀ ପ୍ରଦାନ

add-all

ଫୁଲବାଣୀ (୮/୬) : ଆଜି ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ପଛୁଆ ବର୍ଗ ଓବିସି ସମ୍ପ୍ରଦାୟଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବିଚାରକୁ ନେଇ ୬ ଦଫା ଦାବି ଉପସ୍ଥାପନ କରିବା ପାଇଁ ମାଦୀକୁନ୍ଦା ଛକ ଠାରୁ ଶାନ୍ତି ପ୍ରତିବାଦ ସଭାଯାତ୍ରା ବାହାରି ଜିଲ୍ଲା ପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ବାଦି ଦେଇଥିଲେ। ଜାଗ୍ରତ କନ୍ଧମାଳର  ପ୍ରତିଷ୍ଠାତା ସତ୍ୟନାରାୟଣ ବେହେରା, ସଭାପତି ପ୍ରଶାନ୍ତ ମହାନ୍ତି, ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ସୁନିଲ ବିଶ୍ଵାଳ , ଖଣ୍ଡାୟତ ସମାଜ ସଭାପତି ଭିବୁତୀ ଭୂଷଣ ଦଳ ପତି , ଉପଦେଷ୍ଟା ସୋମନାଥ ବାଘ୍, ଉପଦେଷ୍ଟା ଖିରୋଦ କୁମାର ସାହାଣୀ , ପଛୁଆ ବର୍ଗ ର ସଭାପତି ଅରୁଣ ନାୟକ , ପୂଜାରୀ ଖଣ୍ଡାୟତ ର ସଭାପତି ସତ୍ୟବାନ୍ ପୂଜାରୀ ,ସୁଣ୍ଢି ସମାଜର ଜିଲ୍ଲା ସଭାପତି ଦେବେସ୍ଵର ବେହେରା , ସଙ୍କରାଖୋଲ ସୁଦ ସମାଜ ର ସଭାପତି ଗୋବିନ୍ଦ ଅମାତ୍ୟ , ବଲସ୍କୁମ୍ପା ସୁଦ ସମାଜର ସଭାପତି ଉଦ୍ଧବ ବିଶୋଇ , ଶ୍ରମିକ ନେତା ଘନ ଶବର ,ନାରୀ ନେତ୍ରୀ ମଞ୍ଜୁଶ୍ରୀ ପ୍ରଧାନ , ମେନକା ଆର୍ଯଲି ପ୍ରମୁଖ ଯୋଗ ଦେଇଥିଲେଏବଂ ଏହି ୬ ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କ  ଜରିଆରେ ମହାମହିମ ରାଷ୍ଟ୍ରପତି , ଭାରତର ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଡା. ବୃନ୍ଦା ଡିଙ୍କ ଜରିଆରେ ପ୍ରଦାନ କରିଥିଲେ। ଏହି  କାର୍ଯ୍ୟକ୍ରମରେ ସମାଜସେବୀ ଡ. ସୂର୍ଯ୍ୟ ନାରାୟଣବେହେରା,ବିପ୍ରବର ସ୍ୱାଇଁ ,ସମ୍ପୂର୍ଣ୍ଣ ସହଜୋଗ କରିଥିଲେ। ନିଜର ଅଧିକାର ପାଇଁ ଏତେ ବଡ ଗ୍ରୀଷ୍ମ ପ୍ରଭାବକୁ ଖାତିର ନକରି ବହୁ ଦୂର ଦୁରାନ୍ତରୁ ପ୍ରତ୍ୟେକ ବ୍ଲକରୁ ଓବିସି ସମ୍ପ୍ରଦାୟର ଲୋକମାନେ ଦାବିପତ୍ର ଦେବାପାଇଁ ଆସିଥିଲେ । ଶେଷରେ ପଥପ୍ରାନ୍ତ ସଭାରେ ସମସ୍ତେ ନିଜ ନିଜର ଅଭିଭାଷଣ ଦେଇଥିଲେ ଏବଂ ଜାଗ୍ରତ କନ୍ଧମାଳର ସହସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.