୧୩ ଦିନରେ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା

add-all

ଚିକିଟି : ଚିକିଟିପେଣ୍ଠ ର ଆରାଧ୍ୟl ଦେବୀ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ବୁଧବାର ୧୩ ଦିନରେ ପହଞ୍ଚିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ମୋନଜ ସାହୁ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମାଙ୍କ ସମସ୍ତ ରୀତି କାନ୍ତି ଠିକ ସମୟରେ ଶେଷ ହୋଇ ସନ୍ଧ୍ୟା ଆଳତି ପରେ ମାଙ୍କ ଘଟ ସାହି ପରିକ୍ରମା ରେ ବାହାରି ଚତୁର୍ଥ ଥର ପାଇଁ ସାନଦେବ ସାହି, ଚଉଁରା ସାହି,ଓଡ଼ିଆ ସାହି, ନାଇକ ସାହି, ପାର୍କ ସାହି, ଅନ୍ନପୂର୍ଣ୍ଣା ବିହାର, ପଦ୍ମ ନଗର ହୋଇ ଅସ୍ଥାୟୀ ମନ୍ଦିରକୁ ଫେରିଲେ।ମାଙ୍କ ଘଟ ପରିକ୍ରମା ସାହି ଗୁଡିକରେ ପହଞ୍ଚିବା ପରେ ସାହି ବାସିନ୍ଦା ମାଙ୍କୁ ଦର୍ଶନ କରି କୃପା ଲାଭ କରିବା ସହ ପରମ୍ପରା ଅନୁଯାୟୀ ମାଙ୍କ ଘଟରେ ହଳଦୀ, ସିନ୍ଦୁର ସାଙ୍ଗକୁ ଗଡ଼ ଧଇ ପୂଜାର୍ଚ୍ଚନା କରିଥିଲେ।ବଡ ସାହି ୧୧ଜଣିଆ ବାଘ ନାଚ ରେ ଚିକିଟି ସହର ଦୁଲୁକୁ ଥିବା ବେଳେ ଭଳିକି ଭଳି ବେଶ ପଟୁଆର ରେ ସାରା ସହର ପ୍ରକମ୍ପିତ ହେଉଥିଲା।ପ୍ରତି ସାହି ଗଳି କନ୍ଦିରେ ବିଭିନ୍ନ ନାଚ ଗୀତ ର ଆସର ସାଙ୍ଗକୁ ମିନାବଜାର ରେ ଜନ ସମାଗମ ଦେଖିବାକୁ ମିଳୁଛି ।୧୩ ଦିନ ଘଟ ପରିକ୍ରମା ରେ ଯାତ୍ରା କମିଟି ସଭାପତି ଶ୍ରୀ ଧର୍ମା ସାହୁଙ୍କ ସମେତ,ଉପ ସଭାପତି ସାରତି ସୁବୁଦ୍ଧି,ସମ୍ପାଦକ ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରମଦ ସାହୁ,ସମସ୍ତ ଟ୍ରଷ୍ଟିଓଯାତ୍ରା କମିଟି,ସାହି କମିଟି ମେମ୍ବର ଙ୍କ ସହ ଅଞ୍ଚଳର ବହୁ ଜନସାଧାରଣ ଓ ଭକ୍ତ ସାମିଲ ଥିଲେ।

ad-week
Leave A Reply

Your email address will not be published.