ବ୍ରହ୍ମପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ : ମାଡି ବସିଲା ଅବକାରୀ ବିଭାଗ…

add-all

ରେଶମ ସହର ନିଶାର ସହର ରେ ପରିଚୟ ପାଇବନିତ…?.!!

ବ୍ରହ୍ମପୁର : ବ୍ରହ୍ମପୁର ସହର ଦେଇ ବେଆଇନ ଭାବେ ଚାଳନ ହେଉଛି କୋଟି କୋଟି ଟଙ୍କାର ଗଞ୍ଜେଇ l ଆଜି ଗଜପତି ଜିଲ୍ଲା ଠାରୁ ଉତ୍ତର ପ୍ରଦେଶ କୁ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଳନ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ କୁ କୌଣସି ବିଶେଷ ସୂତ୍ର ରୁ ଖବର ମିଳିଥିଲା l ଅବକାରୀ ବିଭାଗ କମିସନର ଆଶିଷ କୁମାର ଶିଂ ଏବଂ ଗଞ୍ଜାମ ଜିଲ୍ଳାପାଳ ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡ କୁବେରୀ ସେଠି ଙ୍କ ତତ୍ୱ୍ୟବୋଧନ ରେ ଆଜି ସକାଳୁ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଆମ୍ବଗୋଡ଼ ଠାରେ ମାଡି ବସିଥିଲା ବ୍ରହ୍ମପୁର ଅବକାରୀ ବିଭାଗ କର୍ମଚାରୀ ଯାହାକି ଚଢ଼ାଉ ରେ ବିପୁଳ ପରିମାଣର ଗଂଜେଇ ସହ ଗାଡି ଓ ଚାଳକ କୁ ଗିରଫ କରିଛି ଅବକାରୀ ପୋଲିସ l ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତରପ୍ରଦେଶ ର ସଲମାତ ସାହା (35) l ଟ୍ରକ ନମ୍ବର
( UP25DT 4790 ) ଟି ରୁ 217 କିଲୋଗ୍ରାମ ଗଂଜେଇ ଜବତ କରାଯାଇଥିଲା l ଜବତ ହେଇଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ 35 ଲକ୍ଷ ପାଖା ପାଖି ହେବ ବୋଲି ସୂଚନା ମିଳିଛି ଏହା ଗଜପତି ଜିଲ୍ଲା ଠାରୁ ଉତ୍ତର ପ୍ରଦେଶ କୁ ଚୋରା ଚାଳନ ହେଉଥିଲା ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷ ରୁ ସୂଚନା l ଏହି ଘଟଣା ରେ ଟ୍ରକ କୁ ଜବତ କରିବା ସହ ଅଭିଯୁକ୍ତ କୁ କୋର୍ଟ ଚାଳନ କରାଯାଇଥିବା

ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ର ଡେପୁଟି କମିସନର ରାଜେନ୍ଦ୍ର ଭାତ୍ରା ସୂଚନା ଦେଇଛନ୍ତି l ଏହା ଅବକାରୀ ବିଭାଗ ର ଏକ ବଡ଼ ସଫଳତା ହୋଇପାରେ କିନ୍ତୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଗଞ୍ଜେଇ ଏହି ସହର ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି, ମୁଖ୍ୟତଃ ଖଲ୍ଲିକୋଟ, ରମ୍ଭା ଓ ବ୍ରହ୍ମପୁର ରେଲୱେ ଷ୍ଟେସନ ଦେଇ ରାଜ୍ୟ ବାହାରକୁ ଯାଉଥିବା ଅନୁସନ୍ଧାନ ରୁ ଜଣା ପଡିଛି l ଏହି ଗଞ୍ଜେଇ ମାଫିଆ ମାନେ କିଛି ତଳ ଶ୍ରେଣୀର ରେଳ ବିଭାଗ କର୍ମଚାରୀ ଙ୍କୁ ହାତ ବାରିସୀ କରି ଏହି ପରି ଅତି ସହଜରେ ଚାଲାଣ କରିବାରେ ସକ୍ଷମ ହୁଅନ୍ତି l ସୂଚନା ଥାଉକି କନ୍ଧମାଳ, ଗଜପତି ଓ ମାଲକାନଗିରି ଆଦି ଅଞ୍ଚଳରୁ ଏହି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଆଣି ବ୍ରହ୍ମପୁର ତଳି ଅଞ୍ଚଳ ମାନଙ୍କ ଭଡା ଘର ନେଇ ଗଛିତ ରଖନ୍ତି ଏବଂ ପାରବର୍ତ୍ତୀ ସମୟରେ ସୁଭିଧା ଦେଖି ରେଳ କିମ୍ବା କୌଣସି ଗାଡି ଦ୍ଵାରା ରାଜ୍ୟ ଓ ରାଜ୍ୟ ବାହାରକୁ ଏହି ଗଞ୍ଜେଇ ଚୋରା ଚାଲାଣ ହୋଇଥିବା ସୂତ୍ରରୁ ଜଣା ପଡୁଛି ତେଣୁ ଏହାକୁ ରୋକିବାକୁ ହେଲେ ଉଭୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ମିଳିତ ହୋଇ ଯଦି କାମ କରନ୍ତି ତେବେ ଏହି ଚୋରା ଚାଲାଣ କୁ ବିରାମ ଦେଇ ହୁଅନ୍ତା ବୋଲି ବୁଦ୍ଧି ଜୀବି ମତ ରଖିଛନ୍ତି…

ad-week
Leave A Reply

Your email address will not be published.