
ଚିକିଟି : ଚିକିଟି ତହସିଲ ଓଡ଼ିଶା ଆନ୍ଧ୍ର ସୀମାନ୍ତ ବାହୁଦା ନଦୀରୁ ବେ ଆଇନ ବାଲି ଚାଳନ ନେଇ ବାରମ୍ବାର ଅଭିଯୋଗ ସାଙ୍ଗକୁ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।ଏହାକୁ ଭିତି କରି ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଘନ ଘନ ଚଢ଼ାଉ ଆରମ୍ଭ କରି ବହୁ ଗାଡ଼ି ସିଜ କରିଥବା ବେଳେ ଗତ କାଲି କୌଣସି କାରଣରୁ ଖବର ପାଇ କଳବାଡ଼ ପଞ୍ଚାୟତ ଖରଖରିଆ ଠାରେ ମାଫିଆ ଗଛିତ ରଖିଥିବା ବାଲି କୁ ରାଜସ୍ୱ ବିଭାଗ ଜବତ କରିଛି। ବହୁ ଦିନରୁ ରଖା ଯାଇଥିବା ଏହି ବାଲି ଗଦା ଉପରେ ତହସିଲଦାର ବିଶ୍ଵ ରଂଜନ କହଁର ଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର କୁଲଦୀପ କୁମାର, ସୁପରଭାଇଜର ବିଶ୍ୱନାଥ ବେହେରା, ରାଜସ୍ୱ ନିରୀକ୍ଷକ ବଳରାମ ପ୍ରଧାନ, ଅଶ୍ୱିନ ରାଉଳ, ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଚଢ଼ାଉ କରିଥିଲେ। ଖରଖରିଆ ନିକଟସ୍ଥ ବାହୁଦା ନଦୀ ଅଞ୍ଚଳ ଟି ଆନ୍ଧ୍ରପ୍ରଦେଶ ସାଇରାତ ରେ ଥିଲେ ମଧ୍ୟ ମାଫିଆ ମାନେ ଗୁଣ୍ଡା ଲଗେଇ ଧମକ ଚମକ ଦେଇ ବେଆଇନ ଭାବେ ଜବରଦସ୍ତ କରି ବାଲି ଆନ୍ଧ୍ରପ୍ରଦେଶ ଚାଲାଣ ପାଇଁ ଗଦା କରିଥିଲେ।ସେ ସଵୁ କୁ ଖାତିରି ନ କରି ତହସିଲଦାର ଚଢ଼ାଉ କରି 18 ଟ୍ରାକ୍ଟର ବାଲି ଜବତ କରିଛନ୍ତି।
ଜବତ ବାଲି କୁ ତହସିଲ କାର୍ଯ୍ୟାଳୟ ରେ ରଖି ତାକୁ ନିଲାମ କରାଯିବ ବୋଲି ସୂଚନା ରହିଛି।ଅସାମାଜିକ ତତ୍ୱ ଙ୍କ ବିଶୃଙ୍ଖଳା କୁ ଦୃଷ୍ଟି ରେ ରଖି ଜରଡା ଥାନା ପୋଲିସ ସହାୟତା ରେ ଏ ଚଢ଼ାଉ ହୋଇଥିଲା।ବେଆଇନ ଚୋରା ଚାଲାଣ କରୁଥିବା ବାଲି ମାଫିଆ ଏବସବୁ ଦେଖି ଛାନିଆ ହୋଇଥିବା ବେଳେ ଅଞ୍ଚଳ ବାସୀ ରାଜସ୍ୱ ବିଭାଗ ସାହାସିକତା କୁ ପ୍ରଶଂସା କରିଛନ୍ତି।