ଶିବାଜୀ ପଟ୍ଟନାୟକ ଥିଲେ ମହାସଂଗ୍ରାମୀ

add-all

ବ୍ରହ୍ମପୁର : ସିପିଆଇଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଶିବାଜୀ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏଥିରେ ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଯୋଗ ଦେଇ ଶିବାଜୀ ବାବୁ ଜଣେ ମହା ସଂଗ୍ରାମୀ ଥିଲେ ବୋଲି ଉଲ୍ଲେଖ କରିଥିଲେ।ଜୀଵିତ ଅବସ୍ଥାରେ ଛାତ୍ର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ମଣିଷ ପାଇଁ ତ୍ୟାଗ କରିଥିଲେ।ମୃତ୍ୟୁ ପରେ ତାଙ୍କ ଶରୀରକୁ ନଷ୍ଟ ନ କରି ଭେଷଜ ବିଜ୍ଞାନର ବିକାଶ ପାଇଁ AIIMS କୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।ତେଣୁ ସେ ଥିଲେ ମହାନ।ସେ ଥିଲେ ସରଳ ଓ ଆଦର୍ଶବାଦୀ।ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସିପିଆଇର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିମ ର ସମ୍ପାଦକ ଯୁଧିଷ୍ଠିର ବେହେରା ,କଂଗ୍ରେସ ନେତା ପୀତବାସ ପଣ୍ଡା, ସିପିଆଇଏମଏଲର ଶଙ୍କର ସାହୁ,ପ୍ରତାପ ପ୍ରଧାନ, ଦଣ୍ଡପାଣି ମହାନ୍ତି, କୃଷକ ନେତା ହରୀକୃଷ୍ଣ ରେଡି, ବିଦ୍ୟା ଧର ଜେନା, ରାମଚନ୍ଦ୍ର ନାୟକ,ଦିଲିପ ଛୋଟରାୟ, ଜୟନ୍ତୀ ଵାଲା ଷଡଙ୍ଗୀ, ପ୍ରତାପ ଚୋଧୁରୀ, ଶିବ ପ୍ରସାଦ ମହାପାତ୍ର,ବାବୁଲା ନାୟକ, ରଞ୍ଜନ ପାତ୍ର,ଗୋକୁଳ ତ୍ରିପାଠୀ ତ୍ରିଲୋଚନ ପ୍ରଧାନ, ଅଜିତ ପାଣିଗ୍ରାହୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନେତା କୈଳାଶ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।


ad-week
Leave A Reply

Your email address will not be published.