୪୫.୩ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବଲାଙ୍ଗୀର

add-all

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଉପକୂଳରେ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବୁଧବାର ଭଳି ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। ୪୫.୩ ଡିଗ୍ରୀ ତାପାମାତ୍ରା ସହ ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।

ସେହିପରି ପରି ପ୍ରଥମଥର ପାଇଁ ଚଳିତ ବର୍ଷ ଦୁଇଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ବଲାଙ୍ଗିର ବ୍ୟତୀତ ଟିଟଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ଗୁରୁବାର ୪୫.୨ ଡିଗ୍ରୀ ରେକର୍ଡ ହୋଇଛି।

ଗୁରୁବାର ରାଜ୍ୟର ୧୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହିପରି ୫ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ ଉପରେ ରହିଛି। ଆଗାମୀ ୨ ଦିନ ଯାଏ ରାଜ୍ୟର ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଅର୍ଥ ଉପକୂଳରେ ପଶ୍ଚିମ ଓଡ଼ିଶା ଅପେକ୍ଷା କମ ତାତି ଅନଭୂତ ହେବ। କିନ୍ତୁ ଏଠାରେ ଗୁଳୁଗୁଳି ଜାରି ରହିବ।

ଗୁରୁବାର ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୭ ଡିଗ୍ରୀ, ସମ୍ବଲପୁରରେ ୪୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ହୀରାକୁଦରେ ୪୧.୩ ଡିଗ୍ରୀ, ଭବାନୀପାଟଣାରେ ୪୩.୫ ଡିଗ୍ରୀ, ଦେବଗଡ଼ରେ ୪୧.୨ ଡିଗ୍ରୀ, ବରଗଡ଼ରେ ୪୨.୬ ଡିଗ୍ରୀ, ନୂଆପଡ଼ାରେ ୪୨.୪ ଡିଗ୍ରୀ, ନବରଙ୍ଗପୁରରେ ୪୦ ଡିଗ୍ରୀ, ସୋନପୁରରେ ୪୧.୫ ଡିଗ୍ରୀ, ବୌଦ୍ଧରେ ୪୪ ଡିଗ୍ରୀ ଓ ମାଲକାନଗିରିରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ପାରଦ ୩୩ ଡିଗ୍ରୀ ଛୁଇଁଛି। ପୁରୀର ସର୍ବୋଚ୍ଚ ତାପମାତ୍ରା ୩୨.୯ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.