ଟି-୨୦: ବାରବାଟୀରେ ବିକ୍ରି ହୋଇଗଲା ୧୨ ହଜାର ଟିକେଟ୍‌

add-all

କଟକ: ଭାରତ-ଦକ୍ଷିଣ ଆଫିକ୍ରା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀରେ ସରିଲା ଟିକେଟ ବିକ୍ରି। କଟକ ସମେତ ବାହାର ଅଞ୍ଚଳରୁ ଲୋକେ ଆସି ଆଜି ଟିକେଟ ସଂଗ୍ରହ କରିଛନ୍ତି। ଆଜି ୯ଟି କାଉଣ୍ଟରେ ୧୨ ହଜାର ୯୩ଟି ଟିକେଟ ବିକ୍ରି କରିଛି ଓସିଏ। ‌ଏହି ୯ଟି କାଉଣ୍ଟର ମଧ୍ୟରେ ସାତଟି ପୁରଷ ଓ ୨ଟି ମହିଳାଙ୍କ ସ୍ବତନ୍ତ୍ର ଭାବେ କାଉଣ୍ଟର ରହିଥିଲା। ସନ୍ଧ୍ୟା ୬ଟାରେ କାଉଣ୍ଟରରେ ସରିଲା ଅଫଲାଇନ ଟିକେଟ।

ସୂଚନା ଅନୁଯାୟୀ, ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ସରଗରମ ହୋଇଛି ବାରବାଟୀ ଷ୍ଟାଡ଼ିୟମ ପରିସର। ଜୁନ୍‌ ୧୨ ତାରିଖରେ ମ୍ୟାଚ୍‌ ହେବାକୁଥିବା ଥିବାବେଳେ ଜୁନ୍‌ ୧ ତାରିଖ ଅନଲାଇନ ୫ହଜାର ଟିକେଟ ବିକ୍ରି ହୋଇଥିଲା। ଜୁନ୍‌ ୭ ଓ ୮ ତାରିଖ ମଙ୍ଗଳବାର ଓ ବୁଧବାର ଓସିଏ ଅନୁବନ୍ଧିତଙ୍କ ପାଇଁ ଓସିଏ ସମ୍ମିଳନୀକକ୍ଷରେ ଅଫଲାଇନରେ ୮ ହଜାର ଟିକେଟ ବିକ୍ରି କରାଯାଇଥିଲା। ସେହିପରି ଆଜି ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମ ପରିସରରେ ୯ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯାଇଥିଲା। ସକାଳ ୯ଟାରୁ ଟିକେଟ କାଉଣ୍ଟର ଖୋଲିଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ ବିକ୍ରି କରାଯାଇଥିବା ଓସିଏ ପକ୍ଷରୁ ସୂଚନା ରହିଛି। ତେବେ ୧ନଂ, ୩ନଂ, ୫ନଂ ଗ୍ୟାଲେରିର ଟିକେଟ ପ୍ରଥମେ ବିକ୍ରି ହୋଇଯାଇଛି।

ad-week
Leave A Reply

Your email address will not be published.