୧ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

add-all

ଢେଙ୍କାନାଳ: ଢେଙ୍କାନାଳ ସହର ରାମେଶ୍ୱରପୁର ରେଳଧାରଣା ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ୍‌ ୭୦୦ ମିଲିଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ନଗଦ ୪୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍‌, ୨ ଭରି ଓଜନର ଏକ ସୁନାଚେନ, ଗୋଟିଏ ସୁନାମୁଦି, ସୁନା ବ୍ରେସ୍‌ଲେଟ ସହ ଏକ କାର ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ସହର ବାଜିଚୌକ ଜୟଗୋପାଳ ସାହିର ଜଗନ ଓରଫ ରାହୁଲ କୁମାର ରାଉତ, ରଗଡ଼ି ସାହିର ଗଣେଶ ନାଥ, ମୋଟଙ୍ଗା ଥାନା ବୁଢ଼ାପଙ୍କ ଗ୍ରାମର ସମୀର ଓରଫ ସୌମ୍ୟରଞ୍ଜନ ଦାସ। ଏନେଇ ପୋଲିସ ଟାଉନ ଥାନାରେ ଏକ ମାମଲା(ନଂ .୩୪୫/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭିଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସହ ପୋଲିସ କର୍ମଚାରୀ ବ୍ରାଉନସୁଗାର ଜବତ କରି ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଜବତ ବ୍ରାଉନ ସୁଗାର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.