କାଲିମେଳା ପୋଲିସ ଦ୍ୱାରା ୮୦ କେଜି ଗଞ୍ଜେଇ ଜବତ : ତିନି ଅଭିଯୁକ୍ତ କୋର୍ଟ ଚାଲାଣ…

add-all

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଏମ.ଭି ୬୬ ନିକଟରେ ରାତ୍ରିକାଳିନ ପେଟ୍ରଲିଙ୍ଗ ସମୟ ରେ ୮୦ କେଜି ଗଞ୍ଜେଇ ସହ ୩ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ସେମାନେ ରାତ୍ରି କାଳିନ ଚେକିଙ୍ଗ ସମୟ ରେ ଏକ ଧଳା ରଙ୍ଗର କାର ନଂ MH 04 ED 7646 ଗାଡି ଦ୍ଵାରା ଗଞ୍ଜେଇ ନେଇ ଯାଉଥିବା ସମୟ ରେ ଗାଡି ଉପରେ ସନ୍ଦେହ ହେବାରୁ ଗାଡିଟି କୁ ଯାଞ୍ଚ କରାଯାଇଥିଲା ।ଗାଡି ଯାଞ୍ଚ ସମୟ ରେ ଏଥିରୁ ମୋଟ ୮୦ କେଜି ଗଞ୍ଜେଇ ଜବତ କରିଥିଲା କାଲିମେଳା ପୋଲିସ। ଏହି ଯାଞ୍ଚ ସମୟ ରେ କାଲିମେଳା ଥାନା ର ଏସ.ଆଇ ଅଜିତ ସିଂ ବରିହା ଓ ଥାନା ଷ୍ଟାପଙ୍କ ଦ୍ଵାରା ଅଭିଯୁକ୍ତ ମାନଙ୍କୁ ଧାରାଯାଇ ଥାନା କୁ ଅଣାଯାଇଥିଲା। ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ଅତିକ ସହିଦ, ଅମଜାତ ଖାନ,ଆଜାନ ଅହମଦ କୁ ଗିରଫ କରି ଥାନା କେସ ନଂ୧୫୫/୨୨ ରେ କୋର୍ଟ ଚାଲାଣ କରାଯାଇଛି।ଏହି କେସ କୁ ଅଧିକ ତଦନ୍ତ ପାଇଁ ଏସ.ଆଇ ଡି.ସୁନାନି କୁ ଦାୟିତ୍ୱ ଦିଆଯାଇଛି।

ad-week
Leave A Reply

Your email address will not be published.