ଠାକୁରାଣୀ ଯାତ୍ରାରେ  ତିନୋଟି ବ୍ଲକର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ

add-all


ଚିକିଟି : ଠାକୁରାଣୀ ଯାତ୍ରା  ରେ ସାଧାରଣତଃ ପ୍ରତି ସଂଧ୍ୟାରେ ପଟୁଆର ବାହାରେ କିନ୍ତୁ ରଘୁନାଥ ବିହାର ରେ ଏକ ନିଆରା ଢ଼ଂଗରେ କରିଥିଲେ।ଜୁନ୍ 5ରୁ 9ପର୍ଯ୍ୟନ୍ତ ପ୍ରତି ଦିନ ସାହିର କଳାକୁଞ୍ଜ ମା କାଳୀଙ୍କ ସମ୍ମୁଖରେ ସ୍କୁଲ ପିଲାଙ୍କୁ ନେଇ ପ୍ରତିଯୋଗିତା ର ଆୟୋଜନ ହେଉଥାଏ।ସାଧାରଣ ଞାନ ,ପ୍ରବନ୍ଧ, ହସ୍ତାକ୍ଷର, ଚିତ୍ରାଙ୍କନ ,ସଂଗୀତ ଓ ନୃତ୍ୟର ବରିଷ୍ଠ ଓ କନିଷ୍ଠ ବର୍ଗର ପିଲାମାନେ ଭାଗନେଉଥିଲେ।ଆଖପାଖ ଅଞ୍ଚଳର  ଛାତ୍ରଛାତ୍ରୀ ଯେଉଁ ମାନେ ଠାକୁରାଣୀ ଯାତ୍ରା ଦେଖଗବାକୁ ଆସୁଥିଲେ ସେମାନଙ୍କ ସହ ଚିକିଟିପେଣ୍ଠ ର ବିଭିନ୍ନ ସାହିର ଛାତ୍ରଛାତ୍ରୀ ଯୋଗଦେଉଥିଲେ,ସଭିଙ୍କ ପାଇଁ ଉନ୍ମୁକ୍ତ ଥିଲା କାର୍ଯ୍ୟକ୍ରମ।ଶିକ୍ଷକ ଦୁର୍ଗା ମାଧବ ମହାରଣା, ଶିକ୍ଷକ ପ୍ରଭାକର ସେଠୀ ଏବିଇଓ,ରମେଶଚନ୍ଦ୍ର ଗୌଡ଼,ଦେବୀପ୍ରସାଦ ପ୍ରମୁଖ ପ୍ରତିଦିନ ପ୍ରତିଯୋଗିତାରେ ଆୟୋଜନ କରୁଥିଲେ।ଶୈକ୍ଷିକ କାର୍ଯ୍ୟକ୍ରମ ପିଲାଙ୍କ ଦକ୍ଷତା ବୃଦ୍ଧି ରେ ସହାୟକ ଭାବି ଅଭିଭାବକ ମାନେ ମଧ୍ୟ ଖୁସି ହେଉଥିବା ଦେଖାଯାଉଥିଲା।
  ଅନ୍ତିମ ଦିନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଚିକିଟି ବିଞାପିତ ଅଂଚଳର ଅଧ୍ୟକ୍ଷା ଶ୍ରୀମତୀ ଦୀପାକୁମାରୀ ସାହୁ ପିଲାଙ୍କୁ ପୁରସ୍କୃତ କରିବା ଅବଷରରେ ଏପରି କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ।ଅନ୍ୟତମ ଅତିଥି ଧାନଘର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତଥା ଯୁବକବି ସୁଦୀପ୍ତ ପଟନାୟକ ଓ ଯୁବ ଆଇନଜିବୀ ଲକ୍ଷ୍ମୀ ନାରାୟଣ ପ୍ରଧାନ,  ନିଜ ଅଭିଭାଷଣରେ ପିଲା ମାନଙ୍କର ଏତାଦୃଶ ଆଗ୍ରହ ଦେଖି ସୃଜନଶୀଳତା ର ବିକାଶ ପାଇଁ ଅଧିକ ଛାତ୍ର ଛାତ୍ରୀ ଏଥିରେ ସାମିଲ ହେଵାକୁ ଆହ୍ଵାନ କରିଥିଲେ।
ପଟ୍ଟଚିତ୍ର ମାଧ୍ୟମରେ ଗଂଜାମ ଦର୍ଶନ ରେ ଗଂଜାମ ର ୨୧ଟି ଦର୍ଶନୀୟ ସ୍ଥାନ ଓ ସ୍ଵାଧୀନତା ସଂଗ୍ରାମୀ ୪୦ଜଣଙ୍କ  ଫଟୋଚିତ୍ର କରାଯାଇଥିଲା।
ସଂପାଦକ ଅକ୍ଷୟ ବିଷୋୟୀ,ସଭାପତି ଗଣେଶ ସାହୁ ସହ ପୂଜା କମିଟିର ଅଭିରାମ ସାହୁ,ଦୁର୍ଗାପଣ୍ଡା,ତ୍ରିପତି ମହାରଣା,ବସନ୍ତ କାର୍ଯୀ,ପୁର୍ଣ୍ଣ ସାହୁ,ରାମକୃଷ୍ଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଡାକ୍ତର ଲିପିକା ପ୍ରିୟଦର୍ଶିନୀ  ସମସ୍ତ

ad-week
Leave A Reply

Your email address will not be published.