ଦାରିଙ୍ଗବାଡ଼ି ମଣ୍ଡଳ ବିଜେପି ପକ୍ଷରୁ ଓବିସି ବର୍ଗର ସଂରକ୍ଷଣ ଦାବୀନେଇ ଆଲୋଚନା

add-all

ଦାରିଙ୍ଗବାଡ଼ି,୧୦/୬, ଦାରିଙ୍ଗବାଡ଼ି ମଣ୍ଡଳ ବିଜେପି ପକ୍ଷରୁ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ହରେନ କୁମାର ସାହୁଙ୍କ ନେତୃତ୍ୱରେ ଓବିସି ବର୍ଗର ସଂରକ୍ଷଣ ଦାବୀନେଇ ଶିଵ ମନ୍ଦିର ସଭାଗୃରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଜଗନ୍ନାଥ୍ ସାହୁ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ପଦ୍ମ ଚରଣ ଦାସ, ଜିଲ୍ଲା ସମ୍ପାଦକ ମହେଶ୍ବର ସାହୁ, ଜୟ ଚନ୍ଦ୍ର ପଡ୍ରା, ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ସଂପାଦକ ମିଟୁ ସାହୁ,ଦିଲୀପ ପ୍ରଧାନ, ସୋନାଲି ପ୍ରଧାନ, ଆଦିକନ୍ଦ ପଟ୍ଟନାୟକ ଓ ଅନ୍ୟ କାର୍ଯ୍ୟ କର୍ତ୍ତା ମାନେ ଯୋଗଦେଇଥିଲେ । ଏଥିରେ ମୁଖ୍ୟକରି ପଛୁଆ ବର୍ଗ ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବାରେ ରଜ୍ୟ ସରକାରଙ୍କ ଅବହେଳା ନେଇ ଆଲୋଚନା କରାଯାଇଥିଲା । ଓବିସି ପଛୁଆ ବର୍ଗର ଛାତ୍ରଛାତ୍ରୀ ସ୍କୁଲ କଲେଜ ତଥା ସରକାରୀ ପ୍ରତିଷ୍ଠାନରେ ଶତକଡ଼ା ୨୭ଭାଗ ସଂରକ୍ଷଣ ପାଇବାରେ ଅବହେଳିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଓବିସି ମାନଙ୍କ ପାଇଁ ଘୋଷଣା କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥା ତାହା ପୂରଣ ହେଉନଥିବାରୁ ଓବିସି ମୋର୍ଚ୍ଚା ପକ୍ଷରୁ ଆଗାମୀ ଦିନରେ ପ୍ରତିବାଦ କରି ସରକାରଙ୍କୁ ଓବିସି ମାନଙ୍କୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ ରଖିବା ନିମନ୍ତେ ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି । ଏଣୁ ଆସନ୍ତା କିଛିଦିନ ମଧ୍ୟରେ ପ୍ରତି ଜିଲ୍ଲା ଓ ବ୍ଳକ ମହକୁମାରେ ସ୍ମାରକପତ୍ର ପତ୍ର ପ୍ରଦାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡ଼ିଛି ।

ad-week
Leave A Reply

Your email address will not be published.