ଦାରିଙ୍ଗବାଡି : ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ…

add-all

ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଦାରିଙ୍ଗବାଡ଼ି ବ୍ଲକର ରାଶି ପଡ଼ିଆ ପାର୍ଶ୍ଵରେ ନିର୍ମାଣ ହେଉଥିବା ଆଇସିଡିଏସ୍ ନୂତନ ଗୃହ, ଏନଏମ ସବ୍ ସେଣ୍ଟର, ମିଶନ ଶକ୍ତି ଗୃହ, ଫିଶେରୀ ଗୃହ, ସିଲେଇ ତାଲିମ ଗୃହର ର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଆଇସିଡିଏସ୍ ନୂତନ ଗୃହ କର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ଚାରୋଟି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ସମସ୍ତ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଅଧିକାରୀମାନଙ୍କୁ କହିଛନ୍ତି। ବିଧାୟକଙ୍କ ଗସ୍ତ ସମୟରେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲେସ ନାୟକ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ଦାରିଙ୍ଗବାଡ଼ି ଆର୍ ଆଇ କେଦାରପ୍ରସାଦ ସାହୁଙ୍କ ସମେତ ସନ୍ତୋଷ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.