ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ : ରକ୍ଷକ ସାଜିଛି ଏଠାରେ ଭକ୍ଷକ..!

youtube

ଧର୍ମକୁ ଆଖି ଠାର ନୀତି ରେ ଉର୍ନ୍ନୟନ ମୂଳକ କାର୍ଯ୍ୟ…!

ଉମରକୋଟ :- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହେଉ ଥିବାରୁ ଏହାର ସୁଯୋକ ନେଇ ସରକାର ଙ୍କ ବିଭନ୍ନ ଜନ ହିତାଧିକାରୀ ଯୋଜନା ଯଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ହେଉ କିମ୍ବା ମନରେଗା, ଏନ, ଆର, ଜି, ଏସ, କାମରେ ଦୁର୍ନୀତିର ଚରମ ସୀମାରେ ପହଞ୍ଚି ସାରିଲାଣି , ଏହି ସବୁ କାମରେ ଠିକାଦାରରୁ ବି, ଡି, ଓ, ଓଭାରସିଆର ସମସ୍ତେ ମିଳିମିଶି ମଧୁଚନ୍ଦ୍ରିକା କରି ବିଭିନ୍ନ ସରକାରୀ କାର୍ଯ୍ୟର ଗ୍ରାମୀଣ ଉନ୍ନତି କରଣ କାର୍ଯ୍ୟକୁ ସାଲିସ କରି ପଇସା ବାଟୋମାରଣା କରୁଛନ୍ତି, ଏହି ପରି କାର୍ଯ୍ୟ ରାଇଘର ଗୋନା ପଞ୍ଚାୟେତ ଭାରଶୁଣ୍ଡି ର ଡି, ଏନ, କେ,ହାଇସ୍କୁଲ ପରିସରରେ ଦେଖିବାକୁ ମିଳିଛି , ଫୁଟବଲ ପଡ଼ିଆ ମରାମତି ପାଇଁ ଦୁଇ ଲକ୍ଷ ପଚାଶ ହଜାର (2,50,000)ଅନୁଦାନ ଆସୁଥିବା ବେଳେ ପଡ଼ିଆର ଦୁଇ ପାର୍ଶରେ ଗାତ ଖୋଳି ମାଟି ଯାକ ପଡ଼ିଆ ଭିତରେ ଫିଙ୍ଗି ଦେଇ ଯାହାକି ପଡ଼ିଆରେ ଘାସ ଥିବା ଜାଗାରେ ମୁରମ ପଥର ଦେଖିବାକୁ ମିଳିଛି ଯାହାକି ପଡିଆ ଟି ସମ୍ପୂର୍ଣ ଭାବରେ ନଷ୍ଟ କରିଦିଆ ଯାଇଛି ପଡିଆ ଟି ଉର୍ନତି କରଣ କଣ ହେବ ଏହାକୁ ବିପଦ ସଂକୁଳନ କରିଦିଆ ଯିବା ଫଳରେ ପିଲାମାନେ କିପରି ଖେଳକୁଦ କରିବେ ତାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି , ସୂଚନା ଥାଉକି ସେଠାରେ ଲଗାଯାଇଥିବ ଠିକାଦାରଙ୍କ ନାମ ନ ଥିବା ସୂଚନା ଫଳକ ଦେଖି ବାକୁ ମିଳିଲା, ଗାଁର କିଛି ବିଶିଷ୍ଟ ଭଦ୍ର ବ୍ୟକ୍ତି ଶ୍ରୀ ରବି ହାଲଦାର, ଅବସାର ପ୍ରାପ୍ତ ଶିକ୍ଷା ବିତ ଶ୍ରୀ ସରତ ମୃଧା ଓ ଗାଁର ଭଦ୍ର ବ୍ୟକ୍ତି ଓ ସାଧାରଣ ମାନଙ୍କ କହିବା କଥା ଯେ, ରକ୍ଷକ ଯଦି ଭକ୍ଷକ ହୁଏ କଣ କରାଯିବ , ଏହି ଦୁର୍ନୀତି ସମ୍ପର୍କ ରେ ଶ୍ରୀ ସରତ ମୃଧା ଓ ହାଇସ୍କୁଲ ହେଡମାଷ୍ଟର ଶ୍ରୀ ଦିଲୀପ କୁମାର ସାହୁ ଦୁଇ ଜଣ ମିଶି ରାଇଘର ବି, ଡି, ଓ, ଏବଂ ଯନ୍ତ୍ରୀ ଙ୍କୁ ଏହି କାର୍ଯ୍ୟ ବିଷୟରେ ଅବଗତ କରାଇବା ପରେ ମଧ୍ୟ ବି, ଡି, ଓ, ମହାଶୟ କୌଣସି ପଦପକ୍ଷେପ ଗ୍ରହଣ କଲେ ନାହିଁ, ଯାହାକୁ ନେଇ ସାଧାରଣ ରେ ଅସନ୍ତୁଷ୍ଟ ଦେଖା ଦେଇଛି l ସେହି ଭଳି ହାଇସ୍କୁଲ ପଛ ପଟେ ଯାଇଥିବା ରାସ୍ତା ଯାହାକି ୫ ସହ ମିଟର ହେବ ନାହିଁ କିନ୍ତୁ ସେହି ରାସ୍ତା ମରାମତି ପାଇଁ ସାତ ଲକ୍ଷ ଟଙ୍କାର ଫଳକ ନାମାରେ ଦେଖିବାକୁ ମିଳିଲା ତାହା ବି ଅତି

ନିମ୍ନ ମାନର ପ୍ରଶାସନ ଓ ଠିକା ଦାରଙ୍କ ମିଳିତ ସହିଯୋଗ ରେ ଉକ୍ତ କାମ ଶେଷ କରିଛନ୍ତି, ଯାହାକି ଦିନ ଦିପହରେ ରେ ସରକାର ଙ୍କ ଯୋଜନା ଟଙ୍କା କୁ ଆତ୍ମସାତ କରିଛନ୍ତି ଏହାକୁ ନେଇ ସ୍ଥାନୀୟ ବି ଡ଼ି ଓ ଙ୍କ ନିକଟରେ ଅଭିଯୋଗ କରାଯାଇଛି କିନ୍ତୁ ପ୍ରଶାସନ ସବୁ ଜାଣି ନିରବ ରହିବାକୁ ନେଇ ସାଧାରଣରେ ଏହା ଚର୍ଚ୍ଚା ହେଉଛି ଏଣୁ ଏହି କାମକୁ ପ୍ରଶାସନର ସତନ୍ତ୍ର ଦୃଷ୍ଟି ଦେବା ସହ ଭିଜିଲାନ୍ସ ପରିସର ଭୁକ୍ତ କରାଗଲେ ଆଉରି ଅନେକ ଦୁର୍ନୀତିର ପର୍ଦାଫାସ ହେବ l ଭାରଶୁଣ୍ଡି ଗାଁ ଓ ଆଁଖ ପାଖ ଗାଁର ବୁଦ୍ଧିଜିବି ମାନେ ମତ ପ୍ରକାଶ କରିଛନ୍ତି,ଓ ଜିଲ୍ଲା ପ୍ରଶାସନ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ରାଇଘର ବ୍ଲକ ଅନ୍ତର୍ଗତ ସମସ୍ତ ଉର୍ନ୍ନୟନ ମୂଳକ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ ପରି ସର ଭୁକ୍ତ କରାଗଲେ ବହୁ ଅଫିସର ଙ୍କ ମୂଖା ଖୋଲି ଯିବା ସହିତ ସରକାରଙ୍କ ଜନ ହିତକାରୀ ଟଙ୍କା ବାଟ ମାରଣ ରୁ ବଞ୍ଚି ପାରନ୍ତା ନଚେତ ଏହି ବ୍ଲକ ରେ କାର୍ଯ୍ୟରତ ସରକାରୀ ବାବୁ ମାନେ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରି ବାରେ ଲଗାମ ରହିବ ନାହିଁ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି

Leave A Reply

Your email address will not be published.