ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନଥିଲେ ଡାକ୍ତର , ସି ଡି ଏମ ଓ ବଞ୍ଚାଇଲେ ରୋଗୀଙ୍କ ଜୀବନ …

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ରହିଛି ମୂଖ୍ୟ ଡାକ୍ତର ଖାନା l ଏଠାକୁ ପ୍ରତିଦିନ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥାଏ l ଲୋକେବି ବହୁ ଆଶା ଭରସା ନେଇ ଆସିଥାନ୍ତିl ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ ସେଠି ନାମକ ଜଣେ ମହିଳା କୌଣସି କାରଣ ରୁ ବିଷାକ୍ତ ଦ୍ରଵ୍ୟ ପିଇ ଦେବା ଫଳରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ତେଵେ ଶୁକ୍ରବାର ଜଣେ ଅଧେ ଡାକ୍ତର ଙ୍କୁ ଛାଡିଦେଲେ ଅନ୍ୟ ସବୁ ଡାକ୍ତର ମାନେ ଅନ୍ୟତ୍ର ସରକାରୀ କାର୍ଯ୍ୟରେ ଚାଲିଯାଇଥିଲେ l ଏପରି ସ୍ଥଳେ ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା ନକରୀ ବାହାରକୁ ନେବାଲାଗି ରେଫେର କରିଦେଇଥିଲେ l ଫଳରେ ବାଧ୍ୟ ହୋଇ ସାମ୍ବାଦିକଙ୍କୁ ଜଣାଇଥିଲେ ଅସୁସ୍ଥ ମହିଳାଙ୍କ ସ୍ୱାମୀ lଖବର ପାଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସନ୍ତୋଷ ଦିଗଲ, ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଦୁଇଜଣ ଯାଇ ହସ୍ପିଟାଲ ମ୍ୟାନେଜେର ଙ୍କ ସହ ଅଲୋଚନା କରିଥିଲେ ସେ ନଶୁଣିବା ଫଳରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇବାପରେ ସି ଡ଼ିଏମ ଓ ଡା. ମନୋଜ ଉପାଧ୍ୟାୟ କାଳବିଳମ୍ବ ନକରି ତୁରନ୍ତ ଆସି ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଵାସହ ନିଜେ ଆନ୍ତରିକତାର ସହ ରେବତୀ ର ଚିକିତ୍ସା କରି ନିଶ୍ଚିତ ମୃତ୍ଯୁ ମୁଖରୁ ବଞ୍ଚlଇ ଥିଲେ lଏବେ ସେ ସମ୍ପୁର୍ଣ ସୁସ୍ଥ ଅଛନ୍ତି l ସିଡଏମଓ ଡା, ମନୋଜ ଉପାଧ୍ୟାୟଙ୍କ ଏଭଳି ସେବା ମୂଳକ ମନୋଭାବ ନିଶ୍ଚିତ ପ୍ରସଂଶନୀୟ ।ସିଡିଏମଓ ଙ୍କ ଚିକିତ୍ସା ଯୋଗୁଁ ପତ୍ନୀ ରେବତୀ ସୁସ୍ଥ ହୋଇଥିବାରୁ ରେବତୀଙ୍କ ସ୍ୱାମୀ ଦୁଃଶାସନ ସେଠି ସିଡିଏମ ଓଙ୍କୁ ଧନ୍ୟବାଦ ଜଣାଇବା ସହ ଅଫିସର ହେବତ ଏମିତି ବୋଲି କହିଥିଲେ l

ad-week
Leave A Reply

Your email address will not be published.