କୁମ୍ବିଙ୍ଗ ଅପରେସନ ବେଳେ ବାଇକରୁ ଖସି ପଡ଼ି ବିଏସଫ କମାଣ୍ଡାଣ୍ଟଙ୍କ ମୃତ୍ୟୁ…

add-all

କାଲିମେଳା : ଆଜି ଭୋର ୩ଟା ସମୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୧ଠାରେ ମୁତୟନ ଥିବା ୭୬ ବାଟାଲିୟନ ବିଏସଫର କମାଣ୍ଡାଣ୍ଟ ରାକେଶ କୁମାର (୪୮) ନିଜ ସାଥୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ କମ୍ବିଙ୍ଗ ଅପରେସନରେ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ବାଇକରୁ ଖସି ରାକେଶ କୁମାର ତଳେ ପଡି ଯାଇଥିଲେ । ଏହାଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା
ତାଙ୍କୁ ତୁରନ୍ତ ଏମପିଭି ୨୧ରେ ଥିବା ବିଏସଫ କ୍ୟାମ୍ପକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ସେଥିରେ ସୁଧାର ନ ଆସିବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଏସଫ କମାଣ୍ଡାଣ୍ଟଙ୍କ ଘର ରାଜସ୍ଥାନରେ ବୋଲି ଜଣା ପଡିଛି। ଆଜି ତାଙ୍କ ମୃତଶରୀର ରାଜସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଏସଫ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.