

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ପଚାଂୟତରେ ଚାଲିଥିବା ମନରେଡା କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତି ପୂର୍ଵତନ ସରପଚଂ ଡାକ ବିଶ୍ବାଳ ।ଓଡ଼ିଶା ରାଜ୍ୟରେ ଭୋକିଲା ରହିବେ ନାହିଁ କି ରାଜ୍ୟ ବାହାରକୁ କେହି ବି ପେଟ ପୋଷିବା ପାଇଁ କାମ କରିବାକୁ ଯିବେ ନାହିଁ ଏଥିପାଇଁ କେନ୍ଦ୍ର ସରକାର ୨୦୦୫ ମସିହାରେ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାକୁ ସୁପରିଚାଳିତ କରିବା ସହ ଲୋକାଭିମୁଖୀ କରିବା ଓ ସଚେତନ କରିବା ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହୋଇଥାଏ। ହେଲେ ୨୦୦୫ ମସିହାରୁ ୨୦୨୧ ମସିହା ମାତ୍ର ୧୫ ବର୍ଷ ଭିତରେ ଏହି ଯୋଜନା କିପରି କାର୍ଯ୍ୟକାରୀ କରୁଛି ତାହା କରୋନା ସମୟରେ ଜଣାପଡିଥିଲା। ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ଥିବାବେଳେ ଯୋଜନାର ସଫଳ ରୂପାୟନ ନିମନ୍ତେ ମହତ୍ମାଗାନ୍ଧି ନିଶ୍ଚିତ କର୍ମ ଳିଯୁକ୍ତି ଯୋଜନା ଦାଦନ ମୁକ୍ତ ପାଇଁ ପଦକ୍ଷେପ। ପେଟ ପାଇଁ ନାଟ। ଆଉ ଦାନା ପାଇଁ ଦାଦନ କିନ୍ତୁ ହିଞ୍ଜିଳିକାଟୁ ବ୍ଳକରେ ଆଦର୍ଶ ପଚାଂୟତ ଭାଵେପୁରସ୍କୃତ ହୋଇଥିବା ଆମ୍ବଗାଁ ପଚାଁୟତ ଉଦାହରଣ ପାଲଟିଛି । ମହାମାରୀ କରୋନା କାଳରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା। ଲୋକଙ୍କୁ ସଚେତନତା କରାଇଇବା ସହ ଦାଦନ ଫେରନ୍ତାଙ୍କ କଥା ବୁଝୁଥିବା ନେତା ଏବେ ନିଜେ କାମକରି ପରିବାର ପୋଷୁଛନ୍ତି ପୂର୍ଵତନ ସରପଚଂ ଡାକ ବିଶ୍ବାଳ।ସେ ୨୦୦୭ ରେ ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ପଚାଂୟତରୁ ସରପଚଂ ଭାଵେ ନିର୍ବାଚିତ ହୋଇ ୨୦୧୨ ମସିହା ପର୍ଯନ୍ତ ଦାୟିତ୍ୟ ତୁଲାଇଥିଲେ।ଜଣେ ଦକ୍ଷ ,ନିର୍ଭିକ ଓ ସଚ୍ଚୋଟ ଭାଵେ କ୍ଷାତି ଅର୍ଜନ କରିବା ସହ ଗରିବ ଠାରୁ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ ଓ ଆଦରର ମଣିଷଟିଏ ହୋଇପାରିଥିଲେ । ଏହି ଘଟଣା ପୁଣିଥରେ ମନ୍ରେଗା ଯୋଜନାର କାର୍ଯ୍ୟକାରିତାକୁ ପ୍ରସଶଂନିୟ ହୋଇପାରିଛି ।
କରୋନା କଟକଣା କୋହଳ ହେବା ପରେ ଏବେ ପୁଣି ଆରମ୍ଭ ହୋଇଛି ଦାଦାନ ଋତୁ। ଭିଟାମାଟି ଛାଡ଼ି ରୋଜଗାର ଆଶାରେ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି ଯୁବଗୋଷ୍ଠୀ। ଡାକ ବିଶ୍ବାଳ ଦାଦନ ଖଟିବାକୁ ବାଧ୍ୟ ହୋଇ ଇଛା ଥିଲେ ମଧ୍ୟ ବିକଳାଙ୍ଗ ପୂଅ ପାଇଁ ଗ୍ରାମ ଛାଡି ବାହାର ରାଜ୍ୟକୁ ଯିବା ସମ୍ଭବ ନୁହେଁ ବୋଲି କହି କଷ୍ଟରେ କାଳାତିପାତ କରୁଥିବା କହିଛନ୍ତି ।କିନ୍ତୁ ଡାକ ବିଶ୍ବାଳଙ୍କୁ କୌଶସି ସରକାରୀ ସହାୟତା କିମ୍ବା ଦଳିୟ କାମ ମିଳିନଥିବା କ୍ଷୋବର ସହ କହିଛନ୍ତି।ରାଜନିତୀ ରେ ଭଲ ନେତାଟିଏ ହୋଇପାରିଲେ ସତ କିନ୍ତୁ ପରିବାରର ବୋଝ ଭାଙ୍ଗି ଦେଇଛି ମେରୁଦଣ୍ଡ ।ଦିନେ ଗାମବାସୀଙ୍କ ସୁଖଦୁଃଖ ବୁଝିବା ଲୋକ ନିଜେ ରାଜନୀତି କ୍ଷେତ୍ରରେ ସମସ୍ତ ସମ୍ପତ୍ତି ସାରି ଆଜି ସେ ସରକାରୀ ପ୍ରୋତ୍ସାହନ ଆଶାରେ।ଝିଅ ବାହାଘର ସରିବା ପରେ ବଡ ପୁଅ ବିକଳାଙ୍ଗ ହୋଇଥିବା ବେଳେ ମଝିଆ ପୁଅ ଦାଦନ ଓ ସାନପୂଅ ଵେରୋଜଗାର ।କିନ୍ତୁ କରୋନା ପରଠାରୁ ପୁଅମାନେ ଗ୍ରାମରେ ରହୁଛନ୍ତି ।ପରିବାର ଚଳାଇବା କଷ୍ଟକର ହେତୂ ନବ ନିର୍ବାଚିତ ସରପଚଂ ଙ୍କ ଅନୁମୋଦନ କ୍ରମେ ହିଞ୍ଜିଳିକାଟୁ ଗୋଷ୍ଟିଉନ୍ନୟନ ଅଧିକାରି ଜବକାର୍ଡ ପ୍ରଦାନ କରିଥିବା କହିଛନ୍ତି ଶ୍ରୀ ବିଶ୍ବାଳ ।ଘରେ ୫ ଜଣ ସଦସ୍ୟ ରହୁଥିବା ବେଳେ ଖାଉଟି କାର୍ଡରେ ମିଳୁଛି ୧୫ କେଜି ଚାଉଳ। ସରକାରୀ ସହାୟତା ଯୋଗାଇ ଦେବା ସହ ବଂଚିତ ଦୁଇ ଜଣ ଙ୍କର ନାମ ପଞ୍ଜିକରଣ କରିବା ପାଇଁ ସେ ନିବେଦନ କରିଛନ୍ତି। ଏବେ ସେ ବଚିଂବା ଓ ପରିବାର ପ୍ରତିପୋଷଣ ନିମନ୍ତେ ନିଜ ପଚାଂୟତ ରେ ମନରେଗା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ର ବିଷୟ ପାଲଟିଛି।