ନନ୍ଦାହାଣ୍ଡିରେ ଗ୍ରାମାଞ୍ଚଳ ଗରିବ କଲ୍ୟାଣ ସମାବେଶ

Independence

ନବରଙ୍ଗପୁର : ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନର ସେବା, ସୁଶାସନ ଓ ଗରିବ କଲ୍ୟାଣ ପକ୍ଷର ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ୧୨ ତାରିଖ ଗ୍ରାମାଞ୍ଚଳ ଗରିବ କଲ୍ୟାଣ ସମାବେଶ, ନନ୍ଦାହାଣ୍ଡି ପଞ୍ଚାୟତ ସମିତି ର ଚିଲିଗୁଡା ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ନନ୍ଦାହାଣ୍ଡି ମଣ୍ଡଳ ଗରିବ କଲ୍ୟାଣ ସମାବେଶରେ ନନ୍ଦାହାଣ୍ଡି ମଣ୍ଡଳ ବିଜେପି ସଭାପତି ଶ୍ରୀ ଅରୁଣ ପ୍ରସାଦ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ | ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗଦୀଶ ଚନ୍ଦ୍ର ବିଷୋୟୀ ସଭାପତି ଭାଜପା ନବରଙ୍ଗପୁର ଜିଲ୍ଲା, ଶ୍ରୀ ଗୌରୀଶଙ୍କର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଶ୍ରୀ ସୁରେନ୍ଦ୍ର ବିଷୋୟୀ, ଜିଲ୍ଲା ଉପ ସଭାପତି, ଶ୍ରୀ ସନାତନ ତ୍ରିପାଠୀ ଜିଲ୍ଲା ଉପ ସଭାପତି, ଶ୍ରୀ ପିଣ୍ଟୁ ମିଶ୍ର ନଗର ମଣ୍ଡଳ ସଭାପତି, ଶ୍ରୀମତୀ ସର୍ମିଷ୍ଟା ଦେଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ, ଶ୍ରୀମତୀ ଫୁଲମା ଭତରା, ଶ୍ରୀ ବୃନ୍ଦାବନ ନାୟକ, ଶ୍ରୀ ଅକ୍ଷୟ ମହାନ୍ତି, ଯୋଗଦେଇ, ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନ କାଳରେ ସହରାଞ୍ଚଳ ଗରୀବ ଲୋକ ମାନଙ୍କ ର ବ୍ୟାପକ ଭାବେ ଅର୍ଥ ନୈତିକ ଉନ୍ନତି ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଉନ୍ନତି ହେଇଛି। ଗରିବ ଲୋକ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର, ବସୁଧା ଯୋଜନା ରେ ଘରକୁ ପାଇପ୍ ଯୋଗେ ପାଣି, ଜାତୀୟ ଖାଦ୍ୟ ଯୋଜନା ରେ ସମସ୍ତ କୁଂ ଚାଉଳ, ଗହମ, ସୌଭାଗ୍ୟ ଯୋଜନା ରେ ଘରକୁ ବିଦ୍ୟୁତ୍ ଲାଇନ ମାଗଣା, ସ୍ଵଚ୍ଛ ଭାରତ ଯୋଜନା ରେ ଘରକୁ ପାଇଖାନା, ଉଜ୍ୱଳା ଯୋଜନା ରେ ମାଗଣାରେ ଗ୍ୟାସ୍, ଜନଧନ ଯୋଜନା ରେ ୦ ଏକାଉଣ୍ଟ୍ ରେ ବ୍ୟାକଂ ପାସ୍ ବୁକ୍ ଖୋଲିବା, ମୁଦ୍ରା ଯୋଜନା ରେ ଗରୀବ ଲୋକ ମାନଙ୍କୁ ବ୍ୟାକଂ ମାଧ୍ୟମରେ ଋଣ ଯୋଗାଇ ଦେବା, ଶ୍ରମିକ ମାନଙ୍କ ର ଅର୍ଥ ନୈତିକ ଉନ୍ନତି ପାଇଁ ବହୁ ପ୍ରକାରର ସହଯୋଗ ମୋଦୀ ସରକାର ଯୋଗାଇ ଦେଇଥିବାରୁ ଆଜି ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଗରୀବ ଲୋକ ମାନଙ୍କ ର ବ୍ୟାପକ ଉନ୍ନତି ହୋଇଛି ବୋଲି ଅତିଥି ଗଣ ତାଙ୍କର ଭାଷଣରେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟିର ଜନ କଲ୍ୟାଣ କାର୍ଯ୍ୟକ୍ରମ ଓ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ୫୦ ଜଣରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ହରେକୃଷ୍ଣ ମୁଦୁଲି,ନନ୍ଦନ ବିଷୋୟୀ,ଧରଣୀ ସିଂ, ଧନେଶ୍ଵର ଭତରା,ମନକୁରାମ ଭତରା, ଶ୍ରୀମତୀ ରିନା ବେହେରା, ଲକ୍ଷ୍ମଣ ନାୟକ, ଙ୍କ ସମେତ ବହୁ ସଂଖ୍ୟା ରେ ଜନସାଧାରଣ ସାମିଲ ହୋଇଥିଲେ। ଶ୍ରୀ ରାମଚନ୍ଦ୍ର ବିଷୋୟୀ ମଞ୍ଚ ପରିଚାଳନା କରିଥିବା ଵେଳେ ଶ୍ରୀ ଅରୁଣ ପ୍ରସାଦ ଷଡଙ୍ଗୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

ad-week
Leave A Reply

Your email address will not be published.