ରାଜ୍ୟରେ ଜୁଲାଇ ୧ରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେବ !

add-all

ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୧ରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେବ । ଏଭଳି ଧମକ ଦେଇଛି ରାଜ୍ୟ ବସ୍ ମାଲିକ ସଂଘ । ବସ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ସଂଘର ସଭାପତି । ୯ ଦଫା ଦାବିକୁ ନେଇ ସଂଘ ଏଭଳି ଧମକ ଦେଇଛି ।

ବସର ପରମିଟ୍ ଗୁଡିକୁ ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲଚ୍ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ ।

ad-week
Leave A Reply

Your email address will not be published.