ବଜ୍ରାଘାତ ରେ ୩ ବ୍ୟକ୍ତି ଙ୍କ ସହ ଚାରୋଟି ବଳଦ ମୃତ୍ୟୁ…

add-all

ଉମରକୋଟ : ବଜ୍ରାଘାତ ରେ ଟଳି ପଡ଼ିଲା ତିନୋଟି ନିରୀହ ମଣିଷ ଜୀବନ ସଙ୍ଗେ ଚାରୋଟି ବଳଦ l ସୂଚନା ଥାଉକି ଏହି ପରି ଦୁଃଖ ପୂର୍ଣ୍ଣ ଅକାଳ ମୃତ୍ୟୁ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତରଗତ ମୁଣ୍ଡିବେଡ଼ା ପଞ୍ଚାୟତ ପାଦ୍ରୀମାଲ ଗ୍ରାମର, କୌଣସି କାର୍ଯ୍ୟ କୁ ନେଇ ନିକଟସ୍ଥ ଜମି ରେ କିଛି ବ୍ୟକ୍ତି ଛିଡା ହୋଇଥିଲେ, ଆଜି ଆପରାନ୍ନ ତିନିଟା ସମୟରେ , ପଵନ ଓ ବିଜୁଳି ଘଡ଼ଘୋଡ଼ି ସହିତ ହଠାତ ବର୍ଷା ଆରମ୍ଭ ହୋଇଥିଲା , ଏମାନେ ନିରାପଦ ସ୍ଥାନକୁ ଦୌଡ଼ି ଯିବା ସମୟରେ ହଟାତ ବଜ୍ରାଘାତ ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେକେ ବିଲରେ ଚରୁ ଥିବା ଚାରୋଟି ବଳଦ ବି ଏହି ବଜ୍ରାଘାତ ରେ ବଳି ପଡ଼ି ଥିଲେ l ମୃତ ବ୍ୟକ୍ତି ମାନେ ହେଲେ , ଅମୃ ନାୟକ, ପିତା ନକୁଳ ନାୟକ, ଗ୍ରାମ ଖରକାରପାଡ଼ା, , ଶ୍ରୀମତି ରାଇମୋନି ଗଣ୍ଡ, ସ୍ୱାମୀ ନରସଂଘି ଗଣ୍ଡ, ଗ୍ରାମ ପାଦ୍ରୀମାଲ, , ଜୟସିଂ ଅଣ୍ଟି, ପିତା ଦଶରୁ ଅଣ୍ଟି, ଗ୍ରାମ ଛଇଲାଷୀ ଛତିଶଗଡ଼ l ଏହି ମୃତ ମାନେ ନିହାତି ଗରିବ ଓ ଖଟିଖିଆ ପରିବାର ର ସଦସ୍ୟ ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରି ଛନ୍ତି

ad-week
Leave A Reply

Your email address will not be published.