ଦାରିଙ୍ଗବାଡି : ୮ଟି ଗ୍ରାମ୍ୟ ପୋଖରୀକୁ ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟର ଶୁଭାରମ୍ଭ

add-all

ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥିବା ୮ଟି ଗ୍ରାମ୍ୟ ପୋଖରୀକୁ ମନରେଗା ଯୋଜନାରେ, ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଡିଓ ଗଦାଧର ପାତ୍ର କରିଛନ୍ତି । ବୁଡାଗୁଡ଼ା ,ତିଲୋରୀ, ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ଗୋଟିର ଲେଖାଏଁ ରହିଥିଲା ବେଳେ ଶ୍ରାନିକେତା ପଞ୍ଚାୟତର ଦୁଇଟି ପୋଖରୀକୁ ପ୍ରଥମ ପର୍ଯ୍ୟାୟରେ ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଦୁଇଟି ପୋଖରୀର ପୁନର ଉଦ୍ଧାର କରାଯିବାର କାର୍ଯ୍ୟକ୍ରମ ରହିଥିବା ବିଡିଓ ସୂଚନା ଦେଇଛନ୍ତି ।ଏଥିପାଇଁ ପ୍ରତି ପୋଖରୀର ପୁନର ଉଦ୍ଧାର ଅଟକଳ ଅର୍ଥ ଦଶଲକ୍ଷ ଟଙ୍କା ମଂଜୁରି ହୋଇଛି। ଆଜି ଦାରିଙ୍ଗବାଡ଼ି ଶିବ ମନ୍ଦିର ପରିସରରେ ଥିବା ପୋଖରୀକୁ ଅମୃତ ସରୋବର ପ୍ରକଳ୍ପ ଯୋଜନାରେ କାର୍ଯ୍ୟ ଆରମ୍ଭର ଶୁବାରମ୍ଭ ବିଡିଓଙ୍କ ସହିତ ସରପଞ୍ଚ ଚନ୍ଦ୍ରିକା ମଲିକ, ସମିତି ସଭ୍ୟ କାଳିପ୍ରସାଦ ମଲିକ, ବଣିକ ସଂଘ ସଭାପତି ଅରୁଣ ସାହୁ ଉପସ୍ଥିତ ରହି କରିଛନ୍ତି । ତାଙ୍କ ସହିତ ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ନାୟକ ସହ ଅନ୍ୟମାନେ ରହିଥିଲେ।

ad-week
Leave A Reply

Your email address will not be published.