ଗୋରୁ ବୋଝେଇ ପିକ୍ଅପ ଗାଡ଼ି ଜବତ, ୭ ଗୋରୁ ଉଦ୍ଧାର ୨ ଦଲାଲ ଗିରଫ


ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନ ଖଣ୍ଡରା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ(ଓଡ଼ି୦୭ ଏ ଏ ୫୯୮୮)କୁ ହିଞ୍ଜିଳି ପୁଲିସ ଜବତ କରିବା ସହ ଗୋଚାଲାଣକାରୀ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର କୃଷ୍ଟ ମାଝି ଙ୍କ ପୁଅ ସିମାଚଂଳ ମାଝି ୩୫, ଓ ଖଣ୍ଡରା ଗ୍ରାମର ଆଗରୁ ଵେଆଇନ ଗୋ ଚାଲାଣ କରିଥିବା ଜଣାଶୁଣା ଦଲାଲ କବିରାଦ ବେହେରା। ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୦୦/୨୨ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଉଦ୍ଧାର ୭ଗୋରୁକୁ ଗିରିଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ଗିରଫ ୨ ଜଣଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇ ଆସୁଥିଲା । ସ୍ଥାନୀୟ ପୌରାଞ୍ଚଳ ନିୟନ୍ତ୍ରିତ ବଜାର ପରିସରରେ ଗୋରୁ ହାଟ ବସୁଥିଲା । ନିୟନ୍ତ୍ରିତ ବଜାର ପରିସରରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥାପିତ ହେବା ପରେ ସ୍ଥାନୀୟ ବ୍ଳକ ରାଳବ ଗ୍ରାମକୁ ଗୋରୁ ହାଟ ସ୍ଥାନାନ୍ତରିତ କରଯାଇଥିଲା । ଗତ ୨ବର୍ଷ ପୂର୍ବେ ଗାଇଗୋରୁଙ୍କ ଦେହରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖା ଯିବା ପରେ ସ୍ଥାନୀୟ ଅଞ୍ଚଳରୁ ଗୋରୁ ହାଟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । ଗୋରୁ ହାଟ ବନ୍ଦ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଗୋ ଦଲାଲ ସକ୍ରିୟ ହେବା ସହ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ବୁଲି ଗାଇଗୋରୁ ମାନଙ୍କୁ କିଣି ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କଲିକତା ଅଞ୍ଚଳକୁ ଗୋ ମାସଂ ସକାଶେ ରପ୍ତାନି କରାଯାଉଥିବା ଜଣାପଡ଼ିଛି । ସୋମବାର ବିଳମ୍ବିତ ରାତିରେ ୨ ଜଣ ଗୋଦଲାଲ ସ୍ଥାନୀୟ ଅଞ୍ଚଳର ନିରିହ ଗୋପାଳକ ମାନଙ୍କୁ ପ୍ରଲୋଭିତ କରାଇ ୬ଟି ଗୋରକୁ କିଣି କାଞ୍ଚିଲି ଅଭିମୁଖେ ନେଉଥିଲେ । ଳ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ବ୍ରାହ୍ମଣଛାଇ ପେଟ୍ରୋଲିଂ ଯାଇ ଗାଡି ଫେରୁଥିବା ବେଳେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟରୁ ଗୋଚାଲାଣ ହେଉଥିବା ଗାଡ଼ିକୁ ଜବତ କରିଥିଲେ । ସଂପୃକ୍ତ ଗୋଦଲାଲ ମାନେ ପିକଅପ ଭ୍ୟାନରେ ଅମାନୁଷିକ ଭାବେ ୭ଗୋରୁକୁ ବୋଝେଇ କରି କାଞ୍ଚିଲି ଅଭିମୁଖେ ନେଉଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଲିସ ପ୍ରଶାସନ ପକ୍ଷରୁ ଗୋ ଚାଲାଣ ଉପରେ ଚଢାଉ କରାଯିବା ପରେ ସ୍ଥାନୀୟ ଅଞ୍ଚଳର ଗୋ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଚଢାଉ ଜାରି ରହିବା ସହ ଗୋ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

ad-week
Leave A Reply

Your email address will not be published.