ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ତମ ବାର୍ଷିକ ଉତ୍ସବ ରଜମଉଜ ଧୁମଧାମରେ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନ ଠାରେ ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ ତମ ବାର୍ଷିକ ଉତ୍ସବ ରଜ ମଉଜ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପିଏ ଆଇ ଟି ଡି ଏ ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇ ଏମିତି କୌଣସି ପର୍ବ ନାହିଁ ଯେଉଁଥିରେ ପ୍ରଭୁ ଜଗନ୍ନାଥ ଙ୍କ ଉପସ୍ଥିତି ନାହିଁ ଠିକ ସେହିପରି ଆଜି ପବିତ୍ର ଦେଵସ୍ନାନ ପୂର୍ଣ୍ଣିମା ଅବସରରେ ଏହି କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ପ୍ରତି ବର୍ଷ ପାଳନ କରୁଛି ତେଣୁ ପ୍ରଭୁ ଜଗନ୍ନାଥ ଏହି ଏକାଡେମୀକୁ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ। ସଂମ୍ମାନୀତ ଅତିଥି ଭାବରେ ଫୁଲବାଣୀ ପୋୖରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସ।ହିତ କରିଥିଲେ । କନ୍ଧମାଳ ଜିଲ୍ଲାର ଚଳଚିତ୍ର ପ୍ରଜୋଜକ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ରହି ଡ୍ୟାନ୍ସ ଶିକ୍ଷା ଦେବା ସହ ଅଭିନୟ ଶିକ୍ଷା ପାଇଁ ଡ଼୍ୟାନ୍ସ ଏକାଡେମୀର ସମ୍ପାଦକ ସରୋଜ କୁମାର ପାତ୍ରଙ୍କୁ ଅନୁରୋଧ କରିଥିଲେ।ଅନ୍ୟତମ ଅତିଥି ଭାବେ ଶ୍ରମିକ ନେତା ଘନ ଶବର ଉପସ୍ଥିତ ରହି ଡ୍ୟାନ୍ସ ଏକାଡେମୀ ଆଗକୁ ବଢ଼ିବା ପାଇଁ ଉତରୋତ୍ତର ଉର୍ଣ୍ଣତି ପାଇଁ କାମନା କରିଥିଲେ।ଏଥି ସହିତ ଅନ୍ୟତମ ଅତିଥି ଆଇନଜୀବୀ, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଡ୍ୟାନ୍ସ ଏକାଡ଼େମୀର ଆଇନ ପରାମର୍ଶ ଦାତା ସତ୍ୟ ନାରାୟଣ ବେହେରା ଉପସ୍ଥିତ ରହି ସମସ୍ତେ ସାହାଯ୍ୟ ସହଯୋଗ କରନ୍ତୁ ଯେପରି ଆଗକୁ ବଢ଼ି ପାରିବ। ଏକାଡେମୀର ସଭାପତି ଭାଗିରଥୀ ବେହେରା ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଚାଲିଥିବା ରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଏକାଡେମୀର ଦୁଇ ନୃତ୍ୟ ଶିକ୍ଷକ ସୁମନ ବେହେରା ଓ ଲିସା ବେହେରାଙ୍କୁ ଉପଢୌକନ ସହ ୫୦୦୦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.